ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ହେବାକୁ ଥିବା ୮ଟି ଖିଲାପୀ ଖଣି କମ୍ପାନୀ ବିରୋଧରେ ଘୁଞ୍ଚିଲା ଶୁଣାଣି

କେନ୍ଦୁଝର : ଘୁଞ୍ଚିଲା ଶୁଣାଣି । ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ହେବାକୁ ଥିବା ୮ଟି ଖିଲାପୀ ଖଣି କମ୍ପାନୀ ବିରୋଧରେ ଶୁଣାଣି ଘୁଞ୍ଚିଛି । ଆସନ୍ତା ମାସ ୨୨ ତାରିଖରେ ଏହି ଶୁଣାଣି ହେବ । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଖଣି କର୍ତ୍ତୃପକ୍ଷଙ୍କ ହାଜିରା ନେବା ସହ ଟାଇମ ପିଟିସନ୍ ଗ୍ରହଣ କରିଥିଲେ । ଆଜି ୪ଟି ଖଣିର କର୍ତ୍ତୃପକ୍ଷ ଉପସ୍ଥିତ ଥିବାବେଳେ ୪ଟି ଖଣି ପକ୍ଷରୁ କେହି ହାଜର ହୋଇ ନଥିଲେ । ଆଜି ଭଞ୍ଜ ମିନେରାଲ, ଏସ୍.ଏନ୍ ଦାସ ମହାପାତ୍ର, ବି.ଡି ପଟ୍ଟନାୟକ, ଟ୍ରେଡିଂ ସିଣ୍ଡିକେଟ୍, ନାରାୟଣୀ ସନ୍ ପ୍ରାଇଭେଟ୍ ଲିମିଟେଡ୍, ମେସ୍କୋ, ଏସ୍.ସି ପାଢୀ ଏବଂ ଫେକର ମାଇନ୍ସ ବିରୋଧରେ ଶୁଣାଣି ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.