ମାଲକାନଗିରିରେ ରେ ଭିଭିପିଏଟି ଟିମକୁ ମାଓବାଦୀଙ୍କ ମାଡ଼

ମାଲକାନଗିରି (କେନ୍ୟୁଜ୍): ନିର୍ବାଚନୀ ସଚେତନତାକୁ ମାଓବାଦୀଙ୍କ ନାଲିଆଖି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ। ଚିତ୍ରକୋଣ୍ଡାରୁ ୬ ଜଣିଆ ଟିମ ଭିଭିପିଏଟି ମେସିନ ନେଇ ଭୋଟରଙ୍କୁ ସଚେତନ କରିବାକୁ ଯାଇଥିବା ବେଳେ ମାଓବାଦୀମାନେ ଟିମ ସଦସ୍ୟଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଭୟଭୀତ ହୋଇ ଟିମର ସଦସ୍ୟମାନେ ଫେରିଆସିଛନ୍ତି। ଆଜି ପାପରମେଟଲା ସାପ୍ତାହିକ ହାଟରେ ଲୋକଙ୍କୁ ସଚେତନ କରିବାର କାର୍ୟ୍ୟକ୍ରମ ରହିଥିଲା। ଯନ୍ତାପାଇ ବିଏସଏଫ କ୍ୟାମ୍ପ ଠାରୁ ମାଚ୍ର ୨ଶହ ମିଟର ଦୂରରେ ଘଟିଛି ଏହି ଘଟଣା।