Below header

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ନଦେମେଞ୍ଜୋରି ଜଙ୍ଗଲରୁ ଉଦ୍ଧାର କଲା ବିସ୍ଫୋରକ ସାମଗ୍ରୀ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓବାଦୀଙ୍କ ଗଚ୍ଛିତ ଗୋଳା ବାରୁଦ୍‌କୁ ଖୋଜି ବାହାର କଲେ BSF, SOG ଏବଂ DRG ଯବାନ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ନଦେମେଞ୍ଜୋରି ଜଙ୍ଗଲରେ ମାଓବାଦୀ ଏକ ଡ୍ରମ୍‌ ଯୋଗେ ମାଟିତଳେ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିଥିଲେ । ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ କରିଥିଲେ ବଡ଼ ଧରଣର ଯୋଜନା ।

ତେବେ ଏହି ଯୋଜନାକୁ ପଣ୍ଡ କରିଛି ସୁରକ୍ଷା ଯବାନ । ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ନିଦେମଝରି ଜଙ୍ଗଲରେ ଅପରେସନ ଲଞ୍ଚ କରାଯାଇ ଏହି ସଫଳତା ପାଇଛନ୍ତି ସୁରକ୍ଷାବହିନୀ । ଏଥିରେ ଲ୍ୟାଣ୍ଡମାଇନସ, ତାର, ଜିଲୋଟିନ ଆଦି ସାମଗ୍ରୀ ଜବତ କରାଯାଇଥିବା ମାଲକାନଗିରି SDPO କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.