ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ତାଲିମରେ ଯୋଗ ଦେଲେ ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲା ଅଧିକାରୀ, ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରୁ ଏକ ଅଧିକାରୀ ଦଳ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ତାଲିମ ପାଇଁ ଓଡ଼ିଶା ଆସିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଉପରେ ଓଡ଼ିଶାର ସମୃଦ୍ଧ ଅଭିଜ୍ଞତା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ଅନ୍ୟ ରାଜ୍ୟର ଅଧିକାରୀ ଏବଂ ହିତାଧିକାରୀମାନଙ୍କ ପାଇଁ OSDMA ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି। ଓପିଏସସିର ବର୍ତ୍ତମାନର ଚେୟାରମ୍ୟାନ୍ ଡ. ସତ୍ୟଜିତ୍ ମହାନ୍ତି ୧୯୯୯ ମହାବାତ୍ୟା ଏବଂ ୨୦୧୯ ଫନି ବାତ୍ୟାରେ ନିଜର ଅନୁଭୂତିକୁ ମହାରାଷ୍ଟ୍ର ରାଇଗଡ ଜିଲ୍ଲା ଅଧିକାରୀମାନଙ୍କ ସହିତ ବାଣ୍ଟିଛନ୍ତି।

Untitled

ଡିସେମ୍ବର ୧୫ରୁ ଭୁବନେଶ୍ୱରସ୍ଥିତ ମଧୁସୂଦନ ଏକାଡେମୀ ଅଫ୍ ଫାଇନାନ୍ସରେ ଆରମ୍ଭ ହୋଇଥିବା ତାଲିମ କାର୍ଯ୍ୟକ୍ରମରେ ଅଧିକାରୀମାନେ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କର କେତେଜଣ ଅଭିଜ୍ଞ ଅଧିକାରୀ ରିସୋର୍ସ ପର୍ସନ୍ସ ରୂପେ କାର୍ଯ୍ୟ କରିବେ। ଏହି ତାଲିମ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.