ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌, ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମାମଲାର ଖୋଲିବ ରହସ୍ୟ

ପୁରୀ (କେନ୍ୟୁଜ): ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ ପିଏସଓଙ୍କ ମୃତ୍ୟୁର ଖୋଲିବ ରହସ୍ୟ । ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମାମଲାର ସତ ଖୋଜିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଗଠନ ହୋଇଛି ୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ଓ ଏଥିରେ ସାମିଲ ହୋଇଛନ୍ତି ସାଇବର ଏକ୍ସପର୍ଟ । ଡିସିପି ଶିଶିର କୁମାର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ପୁରୀ ଏସପିଙ୍କ ଅଫିସରେ ପହଞ୍ଚି ଆଲୋଚନା କରିଛନ୍ତି ।

ଏହାସହ ଏସିଙ୍କ ଠାରୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତବିଜ୍‌ ଗ୍ରହଣ କରିଛନ୍ତି । ଆସନ୍ତାକାଲି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବେ। ପୋଲିସର ଦସ୍ତାବିଜ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତଦନ୍ତକାରୀ ଟିମ୍‌ରେ କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ସହ ଜଣେ ଇନ୍‌ସପେକ୍ଟର, ଜଣେ ସବ୍‌-ଇନ୍‌ସପେକ୍ଟର ଓ ଜଣେ ଏଏସଆଇ ଅଛନ୍ତି ।

ସେପଟେ ଚିତ୍ତରଞ୍ଜନ ପଲେଇଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ୫ ଜଣ ଅଟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ କ୍ରାଇମ ସ୍ପଟ୍‌କୁ ନେଇ ଛାନ୍‌ଭିନ୍‌ କରିଛି ପୁରୀ ପୋଲିସ । ସେଠାରୁ ଜଗବନ୍ଧୁର ବାଇକ୍‌ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.