ସାବଧାନ୍ ! ଫୋନରେ ସ୍କ୍ରୀନ ଗାର୍ଡ ଲଗାଉଛନ୍ତି କି, ତାହେଲେ ପକାଇବା ପୂର୍ବରୁ ଏହାକୁ ନିଶ୍ଚୟ ପଢ଼ନ୍ତୁ

ସ୍ମାର୍ଟଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇସାରିଛି। ସେଥିପାଇଁ ତ ଳୋକମାନେ ନୂଆ ଫୋନ୍ କିଣିବା ମାତ୍ରକେ ହିଁ ଏହାର ସେଫ୍ଟୀ ପାଇଁ ସ୍କ୍ରୀନ୍ ଗାର୍ଡ ପକାଇ ଦିଅନ୍ତି। ଯାହାଦ୍ୱାରା ଡିସପ୍ଲେ ସୁରକ୍ଷିତ ରହିପାରିବ। କିନ୍ତୁ ବୋଧହୁଏ ଆପଣଙ୍କୁ ଜଣାନାହିଁ ଯେ ସ୍କ୍ରୀନ ଗାର୍ଡ ମୋବାଇଲ ପାଇଁ କେତେ କ୍ଷତିକାରକ ପ୍ରମାଣିତ ହୋଇପାରେ। ଖାସ୍ କରି ମୋବାଇଲରେ ଥାର୍ଡ ପାର୍ଟି ସ୍କ୍ରୀନ ଗାର୍ଡ ଲଗାଯାଏ ତାହେଲେ ବହୁତ କ୍ଷତି ସହିବାକୁ ପଡିଥାଏ। ଏହାଦ୍ୱାରା ଫୋନ୍ ଖରାପ ହୋଇଯିବାର ମଧ୍ୟ ସମ୍ଭାବନା ରହିଛି। ଏମିତିରେ ଆପଣଙ୍କୁ ଏହି ଖବର ଜରିଆରେ ଜଣାଇବାକୁ ଚାହିଁବୁ ଯେ ସ୍କ୍ରୀନ ଗାର୍ଡ କେମିତି ମୋବାଇଲ ପାଇଁ କ୍ଷତିକାରକ ହୋଇପାରେ।
ସ୍ମାର୍ଟଫୋନ୍ ଡିସପ୍ଲେରେ ଆଜିକାଲି ଦୁଇଟି ସେନସର ambient light ଏବଂ proximity ଆସୁଛି। ଯାହା ୟୁଜର୍ସଙ୍କୁ ଦେଖାଯାଏନାହିଁ। ଏହି ସେନସର୍ସ ସ୍କ୍ରୀନର ରାଇଟ୍ ସାଇଡ ରିସିଭର ଆଡକୁ ରହିଥାଏ। ମୋବାଇଲ ଉପରେ ସ୍କ୍ରୀନ ଗାର୍ଡ ଲଗାଇବା ଦ୍ୱାରା ସେନସର ବ୍ଲକ ହୋଇଯାଇଥାଏ। ଯେଉଁ କାରଣରୁ ଫୋନର ଡିସପ୍ଲେ ନନ୍ ରିଆକ୍ଟିଭ ହୋଇଯାଇଥାଏ। ସେହିପରି ଏହି ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ବି ଭଲଭାବେ କାମ କରିନଥାଏ।
ସବୁ ସ୍କ୍ରୀନ ଗାର୍ଡ ମୋବାଇଲକୁ କ୍ଷତି ପହଁଚାଇ ନଥାଏ। ଯଦି ଭଳ ବ୍ରାଣ୍ଡର ସ୍କ୍ରୀନ ଗାର୍ଡ ବ୍ୟବହାର କରାଯାଏ ତାହେଲେ ଫୋନ ସବୁବେଳେ ସୁରକ୍ଷିତ ରହିଥାଏ। ଏଥିପାଇଁ ସବୁବେଳେ ଯେଉଁ କମ୍ପାନୀର ସ୍ମାର୍ଟଫୋନ କରୁଛନ୍ତି ସେହି ବ୍ରାଣ୍ଡର ସ୍କ୍ରୀନ ଗାର୍ଡ କିଣିବା ଉଚିତ।