୭ଟି ସ୍ଥାନରେ ଆରମ୍ଭ ହେଲା ଇକେ ରିଟ୍ରିଟ୍ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍‌ ମହୋତ୍ସବ । ୭ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି, ପାତି ସୋନପୁର ଓ କୋରାପୁଟରେ ଆଜିଠୁ ୩ ମାସ ଧରି ଚାଲିବ ଇକୋ-ରିଟ୍ରିଟ୍‌ ମହୋତ୍ସବ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌ । ଗତବର୍ଷ ଇକୋ ରିଟ୍ରିଟ୍‌ରେ ୨୫ଟି ତମ୍ବୁ ଘର ତିଆରି କରାଯାଇଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଦୃଷ୍ଟିରେ ରଖି ୫୦ଟି ବିଳାସପୂର୍ଣ୍ଣ ତମ୍ବୁ ନିର୍ମାଣ କରାଯାଇଛି ।

ଏହି ତମ୍ବୁରେ ପର୍ଯ୍ୟଟକ ମାନଙ୍କୁ ପଞ୍ଚତାରକା ହୋଟେଲ ଭଳି ସମସ୍ତ ପ୍ରକାର ସୁବିଧା ମିଳିପାରିବ । ଉଦ୍‌ଘାଟନୀ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡି. ବୃନ୍ଦା, ଏସପି ବିନୀତ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ଯୋଗ ଦେଇଥିଲେ । ଅତିଥିମାନଙ୍କୁ ଚାଙ୍ଗୁ ବାଦ୍ୟ ଏବଂ ଲୋକ ନୃତ୍ୟ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଅଞ୍ଚଳବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.