ବ୍ରହ୍ମପୁର: ଗୁପ୍ତେଶ୍ୱରଙ୍କ ଖୋଲିଲା ଗୁମର, ୪ କୋଟି ଠକି ଥିବା ଧୁର୍ତ୍ତ ଠକକୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): ୪ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ। ଗିରଫ ଜଣକ ହେଲା ଲାଞ୍ଜିପଲ୍ଲୀ ରାମନଗର ପ୍ରଥମ ଲାଇନର ଗୁପ୍ତେଶ୍ୱର ପଟ୍ଟନାୟକ । ୨୦୧୮ ମସିହାରେ ଅଭିଯୁକ୍ତ ଗୁପ୍ତେଶ୍ୱର ଜଣେ ଇଲେଟ୍ରିକ୍ କଣ୍ଟ୍ରାକ୍ଟର ସୁଧାଂଶୁ ଶେଖର ପାଢୀ ଜଣେ ବ୍ୟକ୍ତିଙ୍କ ଜମିର କାଗଜପତ୍ର ନେଇ ୟୁନିୟନ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୋନ କରିଥିଲେ। ପରେ  ୨୦୧୯ରେ ସୁଧାଂଶୁଙ୍କ ସାଧା କାଗଜରେ ଦସ୍ତଖତ ନେଇ ୨୪ ଲକ୍ଷ ଟଙ୍କା ଗୃହ ଋଣ ନେଇଥିଲେ  ।

ସେହିପରି ୨୫ ଜଣଙ୍କଠାରୁ ୪ କୋଟିରୁ ଅଧିକା ଟଙ୍କା ଠକେଇ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଗୁପ୍ତେଶ୍ୱରଙ୍କୁ  ବଡ଼ ବଜାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକା ତଦନ୍ତ ଜାରି ରଖିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.