ଦିଲ୍ଲୀରେ ଠକେଇ ଭଦ୍ରକରୁ ଗିରଫ : ଦାମୀ କମ୍ପାନୀ ନାଁରେ ଫେକ୍‌ ଆଇଡି ଖୋଲି ଲୁଟୁଥିଲେ ଲକ୍ଷାଧିକ ଟଙ୍କା

ଭଦ୍ରକ: ଦିଲ୍ଲୀରେ ଠକେଇ ଭଦ୍ରକରୁ ଗିରଫ । ବିଭିନ୍ନ ଦାମୀ କମ୍ପାନୀ ନାଁରେ ଫେକ୍‌ ଆଇଡି କରି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଯାଜପୁର ବରୀ ଅଞ୍ଚଳର ରାଜେନ୍ଦ୍ର ମଲ୍ଲିକ ଗିରଫ । ଗତକାଲି ନିଜ ଶ୍ୱଶୂର ଘର ଭଦ୍ରକ ଧୂଷୁରୀ ଅଞ୍ଚଳରେ ରହିଥିଲେ । ଦିଲ୍ଲୀ ପୋଲିସ ଧୂଷୁରୀ ପୋଲିସ ସହାୟତାରେ ଗିରଫ କରିଛି ।

ରାଜେନ୍ଦ୍ର ବିଭିନ୍ନ ନାମୀ ଦାମୀ କମ୍ପାନୀରେ ଫେକ୍‌ ଆଇଡି ଖୋଲି ଫ୍ଲାଇଟ୍‌ ଟିକେଟ୍‌ ବୁକିଂ କରୁଥିଲେ । ବିଭିନ୍ନ କମ୍ପାନୀରେ ଚାକିରି ବାହାରିଛି ଦର୍ଶାଇ ଆଗ୍ରହୀ ପାର୍ଥୀଙ୍କଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି । ଗିରଫ ପରେ ଧୂଷୁରି ଥାନାକୁ ଆଣି ପଚରାଉଚରା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.