ପୂର୍ବ ଶତ୍ରୁତାକୁ ନେଇ ସାହି ମଝିରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ

ବାଲିଗୁଡା(କେନ୍ଯୁଜ୍): ପୂର୍ବ ଶତ୍ରୁତା କୁ ନେଇ ସାହି ମଝିରେ ଯୁବକ ଙ୍କୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ। ବାଲିଗୁଡା ଥାନା ଖମଣଖୋଲ ଗାଁ ର ରତିପଡା ସାହି ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରତିପଡା ସାହି ର ଦିଲୀପ ନାୟକ ନିଜ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ପଡୋଶୀ ଭୁବନ ନାୟକ ଟାଙ୍ଗିଆ ରେ ହଟାତ ଆକ୍ରମଣ କରିଥିଲେ।
ତେବେ ଦିଲୀପ ନିଜ କୁ ଟାଙ୍ଗିଆ ଚୋଟ ରୁ ବଂଚିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଭୁବନ ନାୟକ ଗୋଡେଇ ଗୋଡେଇ ଦିଲୀପ ଙ୍କୁ ଟାଙ୍ଗିଆ ରେ ହାଣିଥିବା ଅଭିଯୋଗ l ଶେଷରେ ଦିଲୀପ ତଳେ ପଡିଯିବା ପରେ ଟାଙ୍ଗିଆ ବେଣ୍ଟ ରେ ଛାତି ର ପିଞ୍ଜରା କୁ ଆକ୍ରମଣ କରିଥିଲା ଭୁବନ ନାୟକ। ଦିଲୀପ ଙ୍କ ଚିତ୍କାର ଶୁଣି ପରିବାର ଓ ସ୍ଥାନୀୟ ବାସିନ୍ଦା ପହଂଚି ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲରେ ଭର୍ତି କରିଛନ୍ତି ।