କ୍ଷେତରେ ‘ନଡ଼ା’ ପୋଡ଼ିବାକୁ ଯାଇ ଜିଅନ୍ତା ଜଳିଗଲେ ଚାଷୀ
ସିନାପାଲି (କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଚାଷୀ ବିଲକୁ ନଡ଼ା ପୋଡିବାକୁ ଯାଇ ସମ୍ପୂର୍ଣ ଜଳିଯାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୋଲିସ ସୂନାନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ଗ୍ରାମର ଚାଷୀ ନୀଳାମ୍ବର ମେହେର (୫୫ବର୍ଷ) ନିଜ କ୍ଷେତରେ ପଡ଼ିଥିବା ‘ନଡ଼ା (ଧାନ କଟାଯିବା ପରେ ରହିଯାଉଥିବା ଅବଶେଷ ଅଂଶ ) ପୋଡ଼ିବାକୁ ରବିବାର ଅପରାହ୍ନ ପ୍ରାୟ ୨ଟାରେ ଯାଇଥିଲେ। ହେଲେ କୌଣସି କାରଣରୁ ହଠାତ୍ ନିକଟରେ ଥିବା ପାଳଗଦାରେ ନିଆଁ ଲାଗିଯାଇଥିଲା । ଏଥିରେ ନୀଳାମ୍ବରଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଜଳିବାକୁ ଲାଗିଥିଲେ ।
ଏନେଇ ଗ୍ରାମବାସୀ ସିନାପାଲି ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ । ହେଲେ ସେତେବେଳେକୁ ନୀଳାମ୍ବର ପୋଡ଼ି ଯାଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ସିନାପାଲି ଥାନା କେସ୍ ନଂ ୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।