ପରୀକ୍ଷଣ ପାଇଁ ଲ୍ୟାବ୍କୁ ଅଣାଯାଇଥିବା ମାଛ ପେଟରେ ହେଲା ଅଜବ ପ୍ରକାର ହଲଚଲ, ଭିତରୁ ବାହାରିଲା ଜିଅନ୍ତା କଇଁଛ !
![fish](https://knewsodisha.com/wp-content/uploads/2021/03/fish.jpg)
ଆମେରିକାର ଫ୍ଲୋରିଡାରେ ବାୟୋଲୋଜିଷ୍ଟ୍ ଲ୍ୟାବ୍ରେ ଏକ ମାଛ ଉପରେ ରିସର୍ଚ୍ଚ କରାଯାଉଥିବା ବେଳେ ବିଶେଷଜ୍ଞମାନଙ୍କୁ ଏମିତି କିଛି ଜିନିଷ ମିଳିଥିଲା, ଯାହାକି ସେମାନଙ୍କ ହୋଶ୍ ଉଡ଼ାଇ ଦେଇଥିଲା। ଫିଶ୍ ଆଣ୍ଡ ଓ୍ଵାଇଲ୍ଡ ଲାଇଫ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ମୁତାବକ, ମାଛକୁ ଯେତେବେଳେ ଲ୍ୟାବ୍କୁ ଅଣାଯାଇଥିଲା, ତ ତା’ ଭିତରେ କିଛି ଅଜବ ଜିନିଷ ଦେଖିବାକୁ ମିଳିଥିଲା। ବିଶେଷଜ୍ଞମାନେ ମାଛଟିର ଟିସ୍ୟୁ ସାମ୍ପୁଲ ନେଉଥିବା ବେଳେ ପେଟ ଭିତରେ କ’ଣ ଗୋଟିଏ ହଲ୍ଚଲ ହେଉଥିବାର ଅନୁଭବ କରିଥିଲେ।
ପରେ ବିଶେଷଜ୍ଞମାନେ ମାଛ ପେଟ ଭିତରୁ ଏକ ଜିଅନ୍ତା କଇଁଛକୁ ବାହାର କରିଥିଲେ। ଏଭରଗୋଲ୍ଡସ୍ର ଏୟାର ବୋଟ୍ରେ ସେମାନେ କିଛି ମାଛକୁ ଧରିଥିଲେ ଏବଂ ଯେତେବେଳେ ଏହାକୁ ପରୀକ୍ଷଣ ଲାଗି ଲ୍ୟାବ୍କୁ ନେଇଥିଲେ, ତ ସେହି ସମୟରେ ଏହି ଘଟଣା ଘଟିଥିଲା।
ବିଶେଷଜ୍ଞମାନେ ଲାର୍ଜ ମାଉଥ୍ ବସ୍ର ପେଟରୁ ଟିସ୍ୟୁ ସାମ୍ପୁଲ ନେଉଥିବା ବେଳେ କଇଁଛ ମିଳିଥିଲା। ମାଛ ପେଟରୁ ଜିଅନ୍ତା କଇଁଛ ମିଳିବା ସାଧାରଣ ଘଟଣା ନୁହେଁ। ବିଶେଷଜ୍ଞମାନେ ଅତି ସାବଧାନତା ପୂର୍ବକ କଇଁଛଟିକୁ ଉଦ୍ଧାର କରିଥିଲେ। ଯାଞ୍ଚ ପରେ ତାକୁ ପୁଣି ନେଇ ପାଣିରେ ଛାଡ଼ି ଦେଇଥିଲେ।