ଥାନାରୁ ଚମ୍ପଟ ମାରି ଯୁବକଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା(କେନ୍ଯୁଜ୍) : ଥାନାରୁ ଚମ୍ପଟ ପରେ ମିଳିଲା ଯୁବକଙ୍କ ମୃତ ଦେହ । ଥାନା ନିକଟ ଏକ ନିର୍ମାଣାଧୀନ କୋଠାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଘଟିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳରେ । ମୋବାଇଲ ଚୋରି ଅଭିଯୋଗରେ ଗତକାଲି ମାର୍ଶାଘାଇ ଥାନା ବାଲଣା ଗାଁର ଅବିନାଶ ପାଇଟାଳଙ୍କୁ ଅଟକ ରଖିଥିଲା ପୋଲିସ । ହେଲେ ଶୌଚ ଯିବାକୁ କହି ଥାନାରୁ ସେ ଚମ୍ପଟ ମାରିଥିଲେ ।

ଘର ଲୋକ ଖୋଜା ଖୋଜି କରିବା ପରେ ଆଜି ଥାନା ନିକଟ ଏକ ଘରୁ ତାଙ୍କୁ ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ଅବିନାଶଙ୍କୁ ପିଟିପିଟି ମାରିଦେଇଥିବା ପରିବାର ଲୋକ ଓ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ବାଲଣା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.