Below header

ପବିତ୍ର ରକ୍ଷା ବନ୍ଧନରେ ବାଲୁକା କଳା ଉପହାର

ପୁରୀ(କେନ୍ଯୁଜ୍) :ପବିତ୍ର ରକ୍ଷା ବନ୍ଧନ ଅବସରରେ ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ନିର୍ମାଣ କରି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ପାଇଁ ଆହ୍ଵାନ ଦେଇଛନ୍ତି । ରକ୍ଷା ବନ୍ଧନ ଅବସରରେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଗଛ ଉପହାର ଦେଇ ଦେଶରେ ସବୁଜ ବଳୟ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଏହି ପର୍ବ ଭଉଣୀକୁ ସୁରକ୍ଷା ଦେବାର ବାର୍ତ୍ତା ବହନ କରୁଥିବା ବେଳେ ପ୍ରକୃତିକୁ ମଧ୍ୟ ସୁରକ୍ଷା ନେଇ ଏହି ପର୍ବକୁ ଆନନ୍ଦ ଉତ୍ସାହର ସହ ପାଳନ କରିବାକୁ ଏହି ବାଲୁକାକଳା ମାଧ୍ୟମରେ ପରାମର୍ଶ ଦିଆଯାଇଛି । ସୁଦର୍ଶନଙ୍କ ଏହି ବାଲୁକା କଳା ଦେଖିବା ପାଇଁ ପୁରୀ ବେଳାଭୂମିରେ ବହୁ ସଂଖ୍ୟକ ପର୍ଯ୍ୟଟକ ଓ କଳାପ୍ରେମୀ ଏକାଠି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.