ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ, ଘରେ ପଶି ଚୋରି କରୁଥିବାବେଳେ ଘଟାଇଲେ ଏଭଳି କାଣ୍ଡ

ଯାଜପୁର(କେନ୍ୟୁଜ୍): ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ । ଚୋରି କରିବାକୁ ଯାଇଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ବରି ବ୍ଲକ ଚଟୁମାରି ଗାଁର ବିଶ୍ୱରଞ୍ଜନ ବିଶ୍ୱାଳ । ଗତକାଲି ରାତିରେ ବିଶ୍ୱରଞ୍ଜନ ଘର ବାରଣ୍ଡାରେ ଶୋଇଥିଲେ ।

ଚୋର ଘରେ ପଶିଥିବା ଜାଣି ନିଦରୁ ଉଠିପଡି ପାଟି କରିଥିଲେ । ବିଶ୍ୱରଞ୍ଜନ ପାଟି କରିବାରୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ କରୁଛି ବରୀ-ରାମଚନ୍ଦ୍ରପୁର ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.