ବାଲେଶ୍ୱର: ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା । ମୃତ ଯୁବକଙ୍କ ନାଁ ରତିକାନ୍ତ ଦାସ । ରେମୁଣା ଗୋଲେଇ ମାଆ କାଳୀ ହୋଟେଲରେ ଚୋରା ମଦ କାରବାର ଅଭିଯୋଗରେ ରତିକାନ୍ତକୁ ଉଠାଇ ଆଣିଥିଲା ଶିଳ୍ପାଞ୍ଚଳ ଥାନା ପୋଲିସ । ସେ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ତାକୁ ବାଲେଶ୍ୱର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ରତିକାନ୍ତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଡିଏସ୍ପି ଓ ଏସ୍ଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା । ଉତ୍ତେଜନାକୁ ଆଖିରେ ରଖି ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।