ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଶିବରାଜ ସିଂ ଚୌହ୍ଵାନ

ଭୁବନେଶ୍ବର (କେନ୍ଯୁଜ୍) : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହ୍ଵାନ । ବିଜେପି ସଦସ୍ୟତା ଅଭିଯାନର ଜାତୀୟ କନଭେନର ଅଛନ୍ତି ଶିବରାଜ । ବିଜେପିର ସଦସ୍ୟତା ଅଭିଯାନ ଚାଲୁଥିବାରୁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାର ସଦସ୍ୟତା ଅଭିଯାନର ଅଗ୍ରଗତିର ସମୀକ୍ଷା କରିବେ । ଏହାସହ ଶିବରାଜ ସିଂ ଚୌହ୍ଵାନଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପି କାର‌୍ୟ୍ୟାଳୟରେ ଏକ ବୈଠକ ବସିବାର କାର‌୍ୟ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନ ପରେ ସଦସ୍ୟ ସଂଗ୍ରହ ଅଭିଯାନରୁ ପୁଣି ଥରେ ତ୍ୱରାନ୍ଵିତ କରିଛି ରାଜ୍ୟ ବିଜେପି । ଅଧିକରୁ ଅଧିକ ଯୁବ ଓ ମହିଳା ଭୋଟରଙ୍କୁ ଦଳ ଫୋକସ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.