Below header

ଢେଙ୍କାନାଳ ରେଙ୍ଗାଳୀ କେନାଲରେ ଗାଧୋଇବାକୁ ଆସି ବୁଡି ଗଲେ ଯୁବକ, ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ କେନାଲରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା କାଦପଡା ଗାଁର ଅର୍ଜୁନ ସାମଲ । ଅର୍ଜୁନ ଗାଧୋଇବାକୁ ଆସି କେନାଲରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.