ଭାରତରେ ୧୭ ରାଜ୍ୟକୁ କୟା ମେଲାଇଛି କରୋନା ଭାଇରସ୍, ୧୪୭ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାର କୋପ। ଗତକାଲି ପଶ୍ଚିମବଙ୍ଗକୁ ଡେଇଁଛି ଭୂତାଣୁ। ୧୪୭ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସହ ଲଢି ୧୪ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମହରାଷ୍ଟ୍ରରେ ସବୁଠାରୁ ଅଧିକ ୪୦ ଜଣ ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି। କେରଳରେ ୨ ବିଦେଶୀଙ୍କ ସମେତ ମୋଟ ୨୬ ରୋଗୀ ଅଛନ୍ତି । ଉତ୍ତରପ୍ରଦେଶରେ ୧୫ ରେଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ବିଦେଶୀ ଅଛନ୍ତି । ହରିଆଣାରେ ମଧ୍ୟ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୪ ବିଦେଶୀ।

coronaକର୍ଣ୍ଣାଟକରେ ୧୧, ଦିଲ୍ଲୀରେ ୮, ଲଦାଖରେ ୬ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ତେଲେଙ୍ଗାନାରେ ୨ ବିଦେଶୀଙ୍କ ସମେତ ୫, ରାଜସ୍ଥାନରେ ୨ ବିଦେଶୀଙ୍କ ସମେତ ୪ ରୋଗୀ ଅଛନ୍ତି । ଜମ୍ମୁକଶ୍ମୀରରେ ୩, ଆନ୍ଧ୍ରପ୍ରଦେଶ, ଓଡିଶା, ପଞ୍ଜାବ, ତାମିଲନାଡୁ, ଉତ୍ତରାଖଣ୍ଡ, ପୁଡୁଚେରୀ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ସନ୍ଦେହରେ ଦେଶରେ ୫୪ ହଜାର ନାଗରିକଙ୍କ ଉପରେ କଡା ନଜର ରଖାଯାଇଛି । ନିଜ ଘର, କ୍ୱାରେଣ୍ଟାଇନ ସେଣ୍ଟର ଓ ଡାକ୍ତରଖାନାର ସ୍ୱତନ୍ତ୍ର ଓ୍ଵାର୍ଡରେ ସେମାନଙ୍କୁ ରଖାଯାଇଥିବା ବେଳେ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.