Below header

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଓ ଫଟୋ ଭାଇରାଲ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

ଜନୈକା ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ।

କଟକ : ଜନୈକା ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ସୁଶୀଲ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି। ଏହି ଦୁଷ୍କର୍ମ ଘଟଣାର ପିଡିତାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ। ଦୁଷ୍କର୍ମ ଓ ଫଟୋ ଭାଇରାଲ ଘଟଣାରେ ୧୩ ଜଣ ସାକ୍ଷୀ ଓ ୧୩ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଦିଆଯାଇଛି। ୨୦୧୮ ମସିହାରେ ଏହି ମାମଲା ନେମାଳ ଥାନାରେ ରୁଜ୍ଜୁ ହୋଇଥିଲା।

ପିଡିତା ନିଜ ମାମୁ ଘରେ ରହି ୨୦୧୩ ମସିହାରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଥରେ ନଳକୂଅରେ ଗାଧୋଉଥିବା ସମୟରେ ଅର୍ଦ୍ଧଲଗ୍ନ ଫଟୋ ଉଠାଇ ଦୋଷୀ ବ୍ଲାକ ମେଲ ଆରମ୍ଭ କରିଥିଲା। ୨୦୧୩ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଏହି ଫଟୋ ଦେଖାଇ ପିଡିତାକୁ ବିଭିନ୍ନ ସ୍ଥାନକୁ ନେଇ ଧର୍ଷଣ କରିଥିଲା। ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ କରି ସେ ସବୁକୁ ୨୦୧୮ ମସିହାରେ ସୋସିଆଲ ମେଡିଆରେ ଭାଇରାଲ କରି ଦେଇଥିଲା ଦୋଷୀ। ଏହାପରେ ପିଡିତା ନେମାଳ ଥାନାରେ ଅଭିଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ  ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ବିଶ୍ୱଜିତ ରାୟ ଏହି ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.