ଜାଲି ପ୍ରମାଣ ପତ୍ର ଦେଖାଇ କରୁଥିଲେ ଚାକିରୀ, ଛଟେଇ ପରେ ବି ଅଫିସରେ ଦେଖାଉଛନ୍ତି ହୁକୁମାତି

ଭଦ୍ରକ: ଜାଲି ବୟସ ପ୍ରମାଣପତ୍ର ଧରାପଡି ଚାକିରି ହରାଇଲେ ସରକାରୀ କର୍ମଚାରୀ। ଘଟଣା ପଦାକୁ ଆସିବା ପରେ ତାଙ୍କୁ ଚାକିରୀରୁ ଛଟେଇ କରା ଯାଇଥିଲେ ମଧ୍ୟ ଏହାକୁ ନମାନି ସେ ପୂର୍ବଭଳି ଅଫିସରେ ହାକିମାତି ଦେଖାଉଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ଗାନ୍ଧିନଗର ସେବା ସମବାୟ ଅଫିସରେ। ପୀତବାସ ମଲିକ ନାମକ ଜଣେ ବ୍ୟକ୍ତି ମିଥ୍ୟା ପ୍ରମାଣପତ୍ର ଦର୍ଶାଇ ସମବାୟ ଅଫିସରେ କାର୍ଯ୍ୟ କରିଆସୁଥିଲେ।

୨୦୧୫ ଫେବୃଆରିକୁ ସେ ସମବାୟ ସମିତିର ସଂପାଦକ ପଦବୀରୁ ଅବସର ନେବା କଥା ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା ସେ ପଦ ଛାଡୁନାହାନ୍ତି। ଏନେଇ ପୂର୍ବତନ ସରପଞ୍ଚ ଆରଟିଆଇରୁ ତଥ୍ୟ ଆଣିବା ପରେ ସମବାୟ ବିଭାଗ ତାଙ୍କୁ ଗତ ୧ତାରିଖରେ ଚାକିରିରୁ ଛଟେଇ କରାଯାଇଛି। ତେବେ ସେ କେବଳ କ୍ୟାସ ଓ ରସିଦ ବହି ନାମକୁ ମାତ୍ର ହସ୍ତାନ୍ତର କରିଥିଲେ ମଧ୍ୟ ଅଫିସରେ ପୂର୍ବଭଳି ହାକିମାତି ଦେଖାଉଛନ୍ତି।

Leave A Reply

Your email address will not be published.