ଢେଙ୍କାନାଳ: ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅସବାବ ପତ୍ର ଚୋରି, ଡାକ୍ତରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସବାବପତ୍ର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମେଡିକାଲ ଅଫିସରଙ୍କ ନାଁରେ ଚୋରି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମଠକରଗୋଳାରୁ ଏଭଳି ଅଭିଯୋଗ ଆସିଛି। ମେଡିକାଲ ଅଫିସର ଭାଗବତ ମାଝି ମେଡିକାଲ ଜିନିଷ ସହ ଅନେକ ଆସବାବପତ୍ର ଏକ ଗାଡିରେ ନେଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି ।

ଜିରାଳ ନିକଟ ବାଲିଚାତୁରୀ ଗାଁକୁ ସେ ଆସବାବପତ୍ର ନେଇଯାଉଥିଲେ ବୋଲି ଗ୍ରାମବାସୀ ମାନେ ଅଭଯୋଗ ଆଣିଛନ୍ତି । ଲୋକମାନେ ଗାଡ଼ିକୁ ଅଟକ ରଖିବା ସହ ମେଡିକାଲ ପରିସରରକୁ ଘେରାଉ କରିଥିଲେ ଡାକ୍ତରଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.