ଭଦ୍ରକ ବାସୁଦେବପୁର ସଦେଇପଢା ଗାଁରେ ଅଭାବନୀୟ ଘଟଣା, ବଡ ଭାଇର ଶାବଳ ଚୋଟରେ ସାନଭାଇର ମୃତ୍ୟୁ

ଭଦ୍ରକ: ବଡ ଭାଇର ଶାବଳ ଚୋଟରେ ସାନଭାଇର ମୃତ୍ୟୁ । ଭଦ୍ରକ ବାସୁଦେବପୁର ଥାନା ଇରମ ସଦେଇପଢା ଗାଁରେ ଅଭାବନୀୟ ଘଟଣା । ଆକ୍ରମଣ କରିଥିବା ବଡ ଭାଇ ସତ୍ୟବ୍ରତ ତ୍ରିପାଠୀ ।

ପଡୋଶୀଙ୍କ କହିବା ମୁତାବକ, ପ୍ରତିଦିନ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଗତକାଲି ହଠାତ୍‌ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିବା ପରେ ସାନଭାଇକୁ ଶାବଳରେ ମୁଣ୍ଡକୁ ଆକ୍ରମଣ କରିଥିଲା ବଡଭାଇ । ଫଳରେ ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଥଲା । ପରେ ହତ୍ୟାକାରୀ ବଡ଼ଭାଇ ସତ୍ୟବ୍ରତ ଥାନାରେ ଆତ୍ମସର୍ମପଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.