ଆଜି ପବିତ୍ର ବିଜୟା ଦଶମୀ, ରାଜ୍ୟର ବିଭିନ୍ନ ମଣ୍ଡପରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା

ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ରାବଣର ବଧ କରିବାକୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିପାଇଁ ଦଶହରାର ଶେଷ ଦିନକୁ ବିଜୟା ଦଶମୀ ଭାବରେ ପାଳନ କରାଯାଉଛି ।

ଆଜି ରାଜ୍ୟର ମଣ୍ଡପରେ ମହାମାୟାଙ୍କ ଦଶମୀ ପୂଜା କରାଯାଉଛି । ଏହାପରେ ମାଆ ମେଲାଣି ନେବେ । ଧରାପୃଷ୍ଠରୁ ବିଦାୟ ନେବେ ଦଶଭୂଜା ମାଆ ଦୁର୍ଗା । ଏବର୍ଷ କରୋନା ଯୋଗୁ ନିରାଡମ୍ବର ଭାବରେ ମାଆଙ୍କ ପୂଜାର୍ଚ୍ଚନା କରାଯାଇଛି । କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପୂଜାର୍ଚ୍ଚନା କରାଯାଇଛି । ଏହାପରେ ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣ । କରୋନା ପାଇଁ ଭସାଣ ବି ବିନା ଭକ୍ତରେ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.