ଭ୍ୟାକେସନରେ ଛୁଟି କାଟିବାକୁ ମାଳଦ୍ଵୀପ ଯାଇଥିଲେ ରାପର ବାଦଶାହା କିନ୍ତୁ ଏମିତି ଜଳିଗଲା ଚେହେରା

ପ୍ରସିଦ୍ଧ ରାପର ବାଦଶାହ ଆଜିକାଲି ମାଲଦ୍ୱୀପରେ ନିଜ ଛୁଟିକୁ ଉପଭୋଗ କରୁଛନ୍ତି । କିନ୍ତୁ ମାଲଦ୍ୱୀପରେ ବାଦଶାହ ‘ସନବର୍ନ’ର ଶିକାର ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ବାଦଶାହାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ମୁହଁରେ ସୂର୍ଯ୍ୟକିରଣର ପ୍ରଭାବ ଦେଖିବାକୁ ମିଳୁଛି । ଫଟୋରେ ବାଦଶାହାଙ୍କ ଚେହେରା ଲାଲ ଦେଖାଯାଉଛି ଏବଂ ଚର୍ମ ଛେଲି ହୋଇଯାଇଛି । ଏହି ଫଟୋ ସେୟାର କରି ବାଦଶାହ କ୍ୟାପସନରେ ‘ସନବର୍ଣ୍ଟ’ ବୋଲି ଲେଖିଥିଲେ ।

 

View this post on Instagram

 

Sunburnt

A post shared by BADSHAH (@badboyshah) on


ବାଦଶାହଙ୍କ ଏହି ଫଟୋରେ ତାଙ୍କ ଫ୍ୟାନ ମାନଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସିଙ୍ଗର ଅରମାନ ମଲିକ ଲେଖିଛନ୍ତି, ବହୁତ ଖରାପ ଭାବେ ଜଳିଯାଇଛି । ତେବେ ଏଠାରେ କହିରଖିବୁ ଯେ ବାଦଶାହ ଶାହରୁଖ ଖାନଙ୍କ ଆଇପିଏଲ ଟିମ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏକ ଗୀତ ଗାଇଛନ୍ତି, ଯାହା ରିଲିଜ୍ ହେବା ମାତ୍ରେ ୟୁଟ୍ୟୁବରେ ଛାଇ ଯାଇଛି । ରାପର ବାଦଶାହଙ୍କ ବ୍ୟତୀତ ଶାହରୁଖ ଖାନ ମଧ୍ୟ ଏହି ଗୀତର ଭିଡିଓରେ ନଜର ଆସିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.