ମଦ୍ୟପ ସ୍ବାମୀର ହିଂସ୍ର କାଣ୍ଡ : ଛତା ମୁନରେ ଭୁସି ସ୍ତ୍ରୀକୁ ନିର୍ମମ ଭାବେ କଲା ହତ୍ୟା

ନବରଂଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ଛତାରେ ଭୁସି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ମୃତ ମହିଳା ହେଲେ ସସ୍ମିତା ଖିଲୋ।

ନବରଂଗପୁର (କେନ୍ୟୁଜ): ନବରଂଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ଛତାରେ ଭୁସି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ମୃତ ମହିଳା ହେଲେ ସସ୍ମିତା ଖିଲୋ।

ସୂଚନା ଅନୁସାରେ ସ୍ୱାମୀ ରବି ଖିଲୋ ପ୍ରତିଦିନ ମଦ ପିଉଥିବାରୁ ସସ୍ମିତାଙ୍କ ସହିତ ଝଗଡ଼ା କରୁଥିଲା। ମଦପିଇବାକୁ ନେଇ ସସ୍ମିତା ବାରଣ କରୁଥିଲେ ମଧ୍ୟ ରବି ଶୁଣୁ ନଥିଲା। ଆଜି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରବି ଉତ୍ତେଜିତ ହୋଇ ଘର ଭିତରେ ଥିବା ଛତାକୁ ଆଣି ସସ୍ମିତାଙ୍କ ପେଟରେ ବାରମ୍ବାର ଭୁସି ଥିଲେ
ଫଳରେ ଘଟଣାସ୍ଥଳରେ ହିଁ ସସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ରବିକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.