‘ଅଜିତ ଦାଦା ଆପଣ ବହୁତ ଡେରିରେ ହେଉ ପଛେ ଠିକ ଜାଗାରେ ବସିଲେ’, ଏନସିପି ବିଭାଜନ ପରେ ଅମିତ ଶାହଙ୍କ ଚୁଟକଲି

କେନ୍ଦ୍ରୀୟ ଗୃହମନ୍ତ୍ରୀ ଏବେ ମହାରାଷ୍ଟ୍ର ଗସ୍ତରେ ଥିବା ବେଳେ ପୁଣେ ସ୍ଥିତ ସେଣ୍ଟ୍ରାଲ ରେଜିଷ୍ଟାର କୋଅପରେଟିଭ ସୋସାଇଟି କାର୍ଯ୍ୟାଳୟର ଡିଜିଟାଲ ପୋର୍ଟାଲର ଉଦଘାଟନ କରିଛନ୍ତି ।

ମୁମ୍ବଇ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଏବେ ମହାରାଷ୍ଟ୍ର ଗସ୍ତରେ ଥିବା ବେଳେ ପୁଣେ ସ୍ଥିତ ସେଣ୍ଟ୍ରାଲ ରେଜିଷ୍ଟାର କୋଅପରେଟିଭ ସୋସାଇଟି କାର୍ଯ୍ୟାଳୟର ଡିଜିଟାଲ ପୋର୍ଟାଲର ଉଦଘାଟନ କରିଛନ୍ତି । ଏହି ଅବସରରେ ମଂଚରେ ଏନଡିଏରେ ସାମିଲ ହୋଇଥିବା ଏନସିପି ନେତା ଅଜିତ ପାଓ୍ଵାର ମଧ୍ୟ ଉପସ୍ଥିତ ଥିଲେ । ଅମିତ ଶାହ ମଂଚରେ ତାଙ୍କୁ ସ୍ୱାଗତ କରିବା ସହ ଏକ ଚୁଟକଲି ମଧ୍ୟ ମାରିଦେଲେ ।

ଆପଣଙ୍କ ସହ ପ୍ରଥମ ଥର ମଂଚରେ ବସିଲି ଅଜିତ ଦାଦା । ଦାଦା ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ତାଙ୍କ ସହ କାର୍ଯ୍ୟକ୍ରମରେ ବସିଲି । ତେବେ ଦାଦା ବହୁତ ଡେରିରେ ହେଉ ପଛେ ଠିକ୍‌ ଜାଗାରେ ବସିଲେ । ଏ ଜାଗା ଠିକ ଥିଲା ହେଲେ ଆପଣ ବହୁତ ଡେରି କରିଦେଲେ ।’

ପ୍ରକାଶଯୋଗ୍ୟ, ଅଜିତ ପାୱାର ଗତ ମାସରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ଅଂଶ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.