ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ ଜେଲ୍

ଆନନ୍ଦପୁର(କେନ୍ଯୁଜ୍):ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ। ଆନନ୍ଦପୁର ଥାନା କେସ ନମ୍ବର ୧୩୦/୨୦୧୫ ମାମଲାର ବିଚାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜନ କୁମାର ସୁତାର ଏଭଳି ରାୟ ଶୁଣାଇଛନ୍ତି।
ଏହି ମାମଲାରେ ଆନନ୍ଦପୁର ଥାନା ବରଗୋଠ ଗାଁର ସୁରେନ୍ଦ୍ର ହୋଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି। ଏଥି ସହିତ ୧୦ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି।
୨୦୧୫ ମସିହାରେ କାମନା ଲାଳସାର ବଶବର୍ତ୍ତୀ ହୋଇ ସୁରେନ୍ଦ୍ର ନିଜ ସାନ ଭାଇର ବିଧବା ସ୍ତ୍ରୀ ଲଦିକ ହୋ ଉପରେ ଖରାପ ନଜର ପକାଇଥିଲା। ଏସବୁକୁ ବିରୋଧ କରି ସମ୍ପୃକ୍ତ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ପ୍ରତିଶୋଧପରାୟଣ ହୋଇ ସୁରେନ୍ଦ୍ର ଏକ ଧାରୁଆ ଟାଙ୍ଗିଆରେ ରାତି ଶୋଇଥିବା ଅବସ୍ଥାରେ ଲଦିକକୁ ହାଣି ମାରିଦେଇଥିଲା।