ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଡେଜା ମାରିଲେ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସେଞ୍ଚୁରୀ, ଇଣ୍ଡିଆ ୪୬୮/୭

ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ବିରାଟଙ୍କ ୧୦୦ତମ ମ୍ୟାଚରେ ଇଣ୍ଟରନ୍ୟାସନାଲ କ୍ୟାରିଅରରେ ସବୁଠାରୁ ବଡ ଇନିଂସ ଖେଳିଛନ୍ତି ଜାଡେଜା।

ବାମ ହାତୀ ବ୍ୟାଟ୍ସମ୍ୟାନ ପ୍ରଥମ ଟେଷ୍ଟରେ ୧୬୦ ବଲରେ ୧୦ଟି ଚଉକା ମାରି ନିଜର ଦ୍ୱିତୀୟ ଟେଷ୍ଟ ଶତକ ପୂରଣ କରିଛନ୍ତି। ଜାଡେଜା ସବୁବେଳେ ଶତକ ଏବଂ ଅର୍ଦ୍ଧଶତକ ମାରିବା ପରେ ନିଜ ବ୍ୟାଟରେ ଖଣ୍ଡା ବୁଲାଇବାର କଳା ପ୍ରଦର୍ଶନ କରନ୍ତି। ଆଜି ମଧ୍ୟ ମୋହାଲି ଟେଷ୍ଟରେ ଶତକ ମାରିବା ପରେ ଜାଡେଜା ଠିକ୍‌ ସେପରି କରିଛନ୍ତି।

ରବିନ୍ଦ୍ର ଜାଡେଜା ନିଜ ଟେଷ୍ଟ କ୍ୟାରିଅର ପ୍ରଥମ ଶତକ ୨୦୧୮ରେ ରାଜକୋଟରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଶତକ ମାରିଥିଲେ। ତାହା ଜାଡେଜାଙ୍କ ଇଣ୍ଟରନ୍ୟାସନାଲ କ୍ୟାରିଅରର ପ୍ରଥମ ଶତକ ଥିଲା। ସେ ଏପର୍ଯ୍ୟନ୍ତ ଦିନିକିଆ ଇଣ୍ଟରନ୍ୟାସନାଲ କ୍ରିକେଟରେ କେବେ ବି ଶତକ ଇନିଂସ ଖେଳିନାହାନ୍ତି। କିନ୍ତୁ ଘରୋଇ କ୍ରିକେଟରେ ଶତକ ମାରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମୋହାଲିରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୫ ଓ୍ଵିକେଟ ହରାଇ ୨୨୮ ରନ କରିଥିଲା। ଏହା ପରେ ମଇଦାନକୁ ଓହ୍ଲାଇଥିଲେ ଜାଡେଜା। ପନ୍ତ ଏବଂ ଜାଡେଜା ମିଶି ୧୦୪ ରନ୍‌ କରିବା ପରେ ପନ୍ତ ଆଉଟ ହୋଇଥିଲେ। ଏହା ପରେ ଆର ଅଶ୍ୱିନଙ୍କ ସହିତ ଜାଡେଜା ମଇଦାନରେ ବ୍ୟାଟିଂ କରିଥିଲେ।ଅଶ୍ୱିନ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ । ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ୭ ଓ୍ଵିକେଟ ହରାଇ ଦ୍ୱିତୀୟ ଦିନ ଲଞ୍ଚ ସୁଦ୍ଧା ୪୬୮ ରନ୍‌ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.