Below header

୩ଟି ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଚାଲିଛି ନାମାଙ୍କନ ପତ୍ର ଦାଖଲ। ପୌରାଞ୍ଚଳ ଭୋଟ ପାଇଁ ଜମୁଛି ଆଶାୟୀଙ୍କ ଭିଡ । ନେତାଙ୍କ ଘରେ ଜମୁଛି ଗହଳି।

ଏହାରି ଭିତରେ ଆଜି ବିଜେଡିର ମେୟର ପ୍ରାର୍ଥୀ ଘୋଷଣା ହୋଇଛି। ୩ଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ଦଳ । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ପ୍ରାର୍ଥୀ ହୋଇଛନ୍ତି । କଟକରେ ସୁବାସ ସିଂହଙ୍କୁ ପ୍ରାର୍ଥୀ କରିଛି ଦଳ । ବ୍ରହ୍ମପୁରରେ ସଂଘମିତ୍ରା ଦଳେଇଙ୍କୁ ଟିକେଟ ମିଳିଛି।

 

ତେବେ ସୂଚନା ଥାଉକି, ଗତକାଲି ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ୍। ମଧୁସ୍ମିତା ଆଚାର୍ଯ୍ଯ କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି। ଏନେଇ ଘୋଷଣା କରିଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.