ସେନ୍ ୱାର୍ଣ୍ଣ ଓ ରଡ ମାର୍ଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟିମ୍ ଇଣ୍ଡିଆ

ଗତ ଶୁକ୍ରବାର କ୍ରିକେଟ ପ୍ରେମୀ ଓ କ୍ରୀଡ଼ା ଜଗତ ପାଇଁ ଦୁଃଖର ଦିନ ଥିଲା। ଦୁଇଜଣ ମହାନ୍ ଖେଳାଳୀଙ୍କୁ ହରାଇଛି ଜଗତ। ଗତ କାଲି ଅଷ୍ଟ୍ରେଲୀୟ ଖେଳାଳୀ ସେନ୍ ୱାର୍ନ ଏବଂ ରଡ ମାର୍ଶଙ୍କ ଦେହାନ୍ତ ହୋଇଥିଲା। ଯାହା ପାଇଁ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳଯାଇଛି। ତେଣୁ ଆଜି ଏହି ଦୁଇ ମହାନ ଖେଳାଳୀଙ୍କ ସ୍ମୃତିରେ ଭାରତୀୟ କ୍ରିକେଟରମାନେ ଏକ ମିନିଟର ନୀରବ ପ୍ରାର୍ଥନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ମୋହାଲିରେ ପ୍ରଥମ ଟେଷ୍ଟରେ ଦ୍ୱିତୀୟ ଦିନର ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତ ଏବଂ ଶ୍ରୀଲଙ୍କାର ଖେଳାଳିମାନେ ସେନ୍ ୱାର୍ଣ୍ଣ ଏବଂ ମାର୍ଶଙ୍କ ସ୍ମୃତିରେ ଏକ ମିନିଟର ନୀରବତା ପାଳନ କରିଥିଲେ। ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଆଜି କଳା ବ୍ୟାଚ୍ ପିନ୍ଧି ସେନ୍ ୱାର୍ଣ୍ଣ ଓ ରଡ ମାର୍ଶଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବିସିସିଆଇ ମଧ୍ୟ ଏହି ଦୁଇଜଣ ଲେଜେଣ୍ଡଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ପୋଷ୍ଟ ସେୟାର କରିଛି। ୱାର୍ଣ୍ଣ ଇତିହାସର ଅନ୍ୟତମ ପ୍ରଭାବଶାଳୀ କ୍ରିକେଟର ଭାବରେ ଜଣାଶୁଣା, ୧୯୯୦ ଦଶକ ପୂର୍ବରୁ ଯେତେବେଳେ ସେ ଅନ୍ତର୍ଜାତୀୟ ସ୍ତରକୁ ଆସିଲେ ସେତେବେଳେ ତାଙ୍କର ଲେଗ୍-ସ୍ପିନ୍ କଳାକୁ ଏକାକୀ ଆରମ୍ଭ କରିଥିଲେ।
୨୦୦୭ ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ବେଳକୁ ସେ ପ୍ରଥମ ବୋଲର ଭାବେ ୭୦୦ ଟେଷ୍ଟ ୱିକେଟରେ ପହଞ୍ଚିଥିଲେ। ୧୯୯୯ ରେ ଅଷ୍ଟ୍ରେଲିଆର ଆଇସିସି କ୍ରିକେଟ୍ ବିଶ୍ୱକପ୍ ବିଜୟରେ ସେ ଏକା ସାଙ୍ଗରେ ଉଭୟ ସେମିଫାଇନାଲ୍ ଏବଂ ଫାଇନାଲରେ ମ୍ୟାଚ୍ ଖେଳିଥିଲେ। ୱିସଡେନ୍ କ୍ରିକେଟର୍ସ ଆଲମାନାକ ୱାର୍ଣ୍ଣଙ୍କ ସଫଳତାକୁ ମନେ ପାକାଇ ତାଙ୍କୁ ଏକବିଂଶ ଶତାବ୍ଦୀର ପଞ୍ଚମ କ୍ରିକେଟର ଭାବରେ ନାମିତ କରିଛନ୍ତି ।
ରଡ ମାର୍ଶଙ୍କ କଥା କହିବାକୁ ଗଲେ, ବୁଲ୍ସ ମାଷ୍ଟର୍ସ ଚ୍ୟାରିଟି ଗ୍ରୁପ୍ ପାଇଁ ଏକ କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ବୁଣ୍ଡାବର୍ଗ ଯାଇଥିଲେ ରଡ୍ ମାର୍ଶ। ହାର୍ଟ ଆଟାକ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଡିଲେଡର ଏକ ଡାକ୍ତରଖାନାରେ ରଡ୍ ମାର୍ଶଙ୍କର ମୃତ୍ୟୁ ହୋଇଥିଲା। ସେ ଅଷ୍ଟ୍ରେଲିଆ ପାଇଁ ୧୯୭୦ ରୁ ୧୯୮୪ ମଧ୍ୟରେ ୯୬ ଟେଷ୍ଟ ଖେଳିଛନ୍ତି । ମୋହାଲିରେ ଆଜି ଖେଳ ପୂର୍ବରୁ ଏହି ଦୁଇ ମହାନ୍ ଖେଳାଳୀଙ୍କୁ ମନେ ପକାଇଥିଲେ ଭାରତୀୟ କ୍ରିକେଟ ଟିମ୍।