ଡିଜିଟାଲ ଚୋର ! ନାବାଳିକାକୁ ପ୍ରେମ ଜାଲରେ ଫସାଇ ମୋବାଇଲ୍ ୱାଲେଟରୁ ଲୁଟୁଥିଲା ଟଙ୍କା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ତୁଳସୀ ନଗର ଅଞ୍ଚଳରେ ଜଣେ ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ଟଙ୍କା ଉଭାନ ହେଉଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ଟାଉନ ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା କ୍ଷେତ୍ରିୟବରପୁର ଗାଁର ସୁନିଲ ତ୍ରିପାଠୀ । ସୁନିଲ ସଂପୃକ୍ତ ମହିଳାଙ୍କ ନାବାଳିକା ଝିଅ ସହ ସୋସିଆଲ ମିଡ଼ିଆରେ ମାଧ୍ୟମରେ ସଂପର୍କରେ ଆସିଥିଲେ। ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ୱାଲେଟ ମାଧ୍ୟମରେ ଟଙ୍କା ହଡ଼ପ କରୁଥିବା ମିଳିଥିବା ପୋଲିସ ସୂଚନାରୁ ଜଣାପଡ଼ିଛି ।

digital police

ଡିଜିଟାଲ ଏକାଉଣ୍ଟ ପେଟିଏମ , ରିଲାଏନ୍ସ ଓ୍ୱାନ ଓ ୧୯୧ କମ୍ୟୁନିକେସନ ମାଧ୍ୟମରେ ୬୮,୬୫୦ ଟଙ୍କା ନେଇଯାଇଥିଲେ ଅଭିଯୁକ୍ତ ସୁନିଲ । ଏହି ଟଙ୍କାକୁ ପୋଲିସ ଉଦ୍ଧାର କରିବା ସହ ଏଥିରେ ବ୍ୟବହୃତ ତିନୋଟି ମୋବାଇଲ, ଦୁଇଟି ଏଟିଏମ କାର୍ଡ ଓ ୬୦ ହଜାର ଟଙ୍କା ଜବତ କରିଛି ।

ଘଟଣାକ୍ରମ, ବ୍ରହ୍ମପୁର ତୁଳସୀ ନଗର ଅଞ୍ଚଳର କଲ୍ୟାଣୀ ତ୍ରିପାଠୀ ନାମକ ମହିଳାଙ୍କର ଦୁଇଟି ବ୍ୟାଙ୍କ ଏକାଉଣ୍ଟରୁ ହଠାତ୍ ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ମହିଳା ସ୍ଥାନୀୟ ବ୍ୟାଙ୍କରେ ଅଭିଯୋଗ କରିଥିଲେ। ତେବେ ବ୍ୟାଙ୍କରୁ କୌଣସି ସୂଚନା ନ ପାଇବାରୁ ବ୍ରହ୍ମପୁର ଟାଉନ ଥାନାରେ ଏନେଇ ଏକ ଏତଲା ଦେଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ପରେ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଘଟଣାକୁ ଗୁରୁତର ସହ ବିଚାର କରି ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ।

digital

ପ୍ରଥମେ ବ୍ୟାଙ୍କର ସହାୟତା ନିଆଯାଇଥିବା ବେଳେ ସଂପୃକ୍ତ ମହିଳାଙ୍କ ଏକାଉଣ୍ଟରୁ ବିଭିନ୍ନ ୱାଲେଟ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ତଦନ୍ତରେ ଦୁଇ ଜଣ ଯୁବକଙ୍କ ଏକାଉଣ୍ଟକୁ ଏହି ଟଙ୍କା ଯାଇଥିବା ଜଣାପଡ଼ିଥିଲା ପରେ ଅଭିଯୁକ୍ତ ସୁନିଲକୁ ପୋଲିସ ଗିରଫ କରିବା ସହ ସଂପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା।

man digital

ତେବେ ସୁନିଲ ଅତି ଚାଲାକ ଭାବେ ତାର ନିଜ ଦୁଇ ବନ୍ଧୁଙ୍କ ମୋବାଇଲରେ ଥିବା ପେ ଟିଏମ ଆପ ବ୍ୟବହାର କରି ଏହି କାରବାର କରିଥିବା ବେଳେ ମହିଳାଙ୍କ ଝିଅ ଏଟିଏମ କାର୍ଡର ୧୮ ଡିଜିଟ ନମ୍ବର ଓ ମୋବାଇଲକୁ ଆସୁଥିବା ଓଟିପି ( ୱାନ ଟାଇମ ପାସୱାର୍ଡ ) ସୁନିଲକୁ ଦେଉଥିବା ପୋଲିସ ଦଦନ୍ତ ବେଳେ ଜାଣିବାକୁ ପାଇଛି । ତେବେ ଏହି ଘଟଣାରେ ଆଉ କେହି ସଂପୃକ୍ତି ଅଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି । ଆଜି ଗିରଫ ସୁନିଲକୁ ପୋଲିସ କୋର୍ଟ ଚାଲାଣ କରିଛି ।