Below header

ମିସ୍ ଆଫ୍ରିକା ୨୦୧୮ର ମୁକୁଟ ପିନ୍ଧିବା ପରେ ପରେ ମଡେଲଙ୍କ କେଶରେ ଲାଗିଗଲା ନିଆଁ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ମିସ୍ ଆଫ୍ରିକା ୨୦୧୮ର ମୁକୁଟ ପିନ୍ଧିଛନ୍ତି ଡୋରକାସ୍ କାସିନ୍ଦେ । ହେଲେ ଡୋରକାସଙ୍କ ଏହି ଖୁସି ର ମୁହୂର୍ତ୍ତରେ ଏମିତି ଏକ ଘଟଣା ଘଟିଗଲା ଯାହାର ଅନୁମାନ କେହି ପରିପାରିନଥିଲେ । ଏହି ଘଟଣାଟି ଖୁବ୍ ଭୟାନକ ଏବଂ ଆଶ୍ଚର୍ଯ୍ୟଜନକ ଥିଲା । ମିସ୍ ଆଫ୍ରିକାର କ୍ରାଉନ୍ ପିନ୍ଧିବାର ପର ମୁହୂର୍ତ୍ତରେ ହିଁ ଡୋରକାସଙ୍କ କେଶରେ ଲାଗିଗଲା ନିଆଁ ।

ଡିସେମ୍ବର ୨୭ରେ ନାଇଜେରିଆରେ ଆୟୋଜିତ ହୋଇଥିବା କାର‌୍ୟ୍ୟକ୍ରମରେ ଘୋଷଣା ହୋଇଥିଲା ମିସ୍ ଆଫ୍ରିକା ୨୦୧୮ର ନାଁ । ଡୋରକାସଙ୍କ ନାଁ ଘୋଷଣା ହେବା ପରେ ଉତ୍ସବମୁଖର ହୋଇପଡିଥିଲା ଷ୍ଟେଜ୍ । ତେବେ ବାଣ ଫୁଟାଇବା ସମୟରେ ନିଆଁର ଏକ ଖଣ୍ଡ ଆସି ତାଙ୍କ ମୁଣ୍ଡରେ ଖସିପଡିଥିଲା । ଯାହା ଫଳରେ ଡୋରକାସଙ୍କ କେଶ ଜଳିବାକୁ ଲାଗିଥିଲା । ତେବେ ପ୍ରତିଯୋଗିତାରେ ଉପସ୍ଥିତ ଥିବା ଟିମ୍ ଦୁର୍ଘଟଣାକୁ ନିୟନ୍ତ୍ରଣ କରିନେଇଥିଲେ । ହେଲେ ଏହା ମଧ୍ୟରେ ଡୋରକାସଙ୍କ ଅନେକ କେଶ ଜଳି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.