ମାନସ ହତ୍ୟା ମାମଲା : ସତ ଓଗାଳିଲା ରଞ୍ଜନ ; ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ହୋଇଥିଲା ଉଦ୍ୟମ

ଭଦ୍ରକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ନୂଆ ସୁରାକ୍‌। ମର୍ଡର ମିଷ୍ଟ୍ରିରେ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଜେରା କରାଯାଉଛି। ରାଜ କମ୍ୟୁନିକେସନ ମାଲିକ ରଞ୍ଜନ ନାୟକ ଓରଫ ରାଜକୁ ଚଣ୍ଡିଖୋଲ ନେଇଥିଲା କ୍ରାଇମବ୍ରାଞ୍ଚ । ରାଜର ଘର ନୟାଗଡ଼ ଜିଲ୍ଲାରେ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ହୋଇଥିଲା ଉଦ୍ୟମ ।

ଚଣ୍ଡିଖୋଲରେ ମାଡ଼ ମାରି ମାନସର ମୋବାଇଲକୁ ଫିଙ୍ଗିଦେଇଥିଲେ । ନୟାଗଡ଼ରେ ଶବକୁ ପୋତିଲା ପରେ ରଞ୍ଜନ ଚଣ୍ଡିଖୋଲ ଆସିଥିଲା । ପ୍ରମାଣ ନଷ୍ଟ ପାଇଁ କରିଥିଲା ଉଦ୍ୟମ । ଏନେଇ ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ମାନିଛି ରଞ୍ଜନ । ଆଜି ରଞ୍ଜନକୁ ଚଣ୍ଡିଖୋଲ ନେଇ ସିନ୍‌ ରିକ୍ରିଏସନ କରି ଫେରିଛି ଟିମ୍‌ । ହତ୍ୟା ପରେ ନୟାଗଡ଼ରୁ ଚଣ୍ଡିଖୋଲ ଯାଇଥିଲା ରଞ୍ଜନ । ରଞ୍ଜନ ସହ ଅନ୍ୟ କେହି ଆସିଥିଲେ କି, ସେନେଇ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି ।

ମାନସ ମୋବାଇଲା ଫୋନ ଗତ ୧୫ ତାରିଖରେ ଚଣ୍ଡିଖୋଲରୁ ପାଇଥିଲା ଚାନ୍ଦବାଲି ପୋଲିସ । ଆଜି ମୋବାଇଲ ଇୟର ଫୋନ୍‌, ମାନସର ଅଧାପୋଡ଼ା ଚପଲ ମିଳିଥିଲା ସୂଚନା ମିଳିଛି । ଅନ୍ୟପଟେ ନିରଞ୍ଜନ ଓ ଶର୍ମିଷ୍ଠାକୁ କ୍ରାଇମବ୍ରାଞ୍ଚ ଜେରା କରୁଛି । ଆସନ୍ତାକାଲି ଶର୍ମିଷ୍ଠା ଡେମୋ ଦେଖାଇବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.