କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ଦୟାଲ ଆଶ୍ରମରେ 3D ଲେଜର କ୍ୟାମେରାରେ ଫରେନ୍‌ସିକ୍‌ ଟିମର ତନାଘନା

ଭୁବନେଶ୍ବର(କେନ୍ୟୁଜ୍):  କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଜୋରଦାର କଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍‌ । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମର ତନାଘନା । ଫରେନ୍‌ସିକ୍‌ ଟିମ୍‌ ସହ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଛି। ଆଶ୍ରମ ଭିତରେ ଓ ବାହାରେ 3D ଲେଜର ହାଇ ଡେଫିନେସନ୍‌ କ୍ୟାମେରା ବ୍ୟବହାର କରାଯାଉଛି। ଆଶ୍ରମର ଲେଡି କେୟାରଟେକରଙ୍କୁ ଜେରା କରୁଛି ଟିମ୍‌ । ଆଶ୍ରମ ସହ ଜଡ଼ିତ ଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

ଆଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିଲା । ଗତକାଲି ନିରଞ୍ଜନଙ୍କ ସହ ସର୍ଟ ଫିଲ୍ମରେ ଅଭିନୟ କରିଥିବା ହିରୋଇନ୍‌ ମୁହଁ ଖୋଲିଥିଲେ । ସେ କହିଛନ୍ତି, ପୁରୀ ବେଳାଭୂମିରେ ସୁଟିଂ ହୋଇଥିଲା । ନିରଞ୍ଜନ ଭିଡିଓ ରିଲିଜ ନକରିବାକୁ କହିଥିଲେ । ଭିଡିଓ ଡିଲିଟ୍‌ କରିବାକୁ ନେଇ ବିବାଦ ହୋଇଥିଲା । ମାନସ ତାଙ୍କ ବକେୟା ଟଙ୍କା ନପାଇବାରୁ ଭିଡିଓ ଡିଲିଟ୍‌ କରି ନଥିଲେ । ଏପରିକି ଫେରାଇ ନଥିଲେ ଚିପ୍‌ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ । ମାନସ ସ୍ୱାଇଁ ହତ୍ୟା ମାମଲାରେ ଏଯାଏ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଖୋଜଖବର ନାହିଁ । ତାଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ରାଜ୍ୟ ତଥା ବାହାରେ କ୍ରାଇମବ୍ରାଞ୍ଚ ଟିମ୍‌ ତନାଘନା ଚଳାଇଛି । ଏହି ଘଟଣାରେ ନିରଞ୍ଜନ ସେଠୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.