ତେଲ ପକାଇବା ବେଳେ ଦୁଇ ଯୁବତୀଙ୍କୁ କମେଣ୍ଟ ମାରିଲେ ଯୁବକ, ତେଲଟାଙ୍କି କର୍ମଚାରୀ ପ୍ରତିବାଦ କରିବାରୁ ସୃଷ୍ଟିହେଲା ହାତାହାତି ପରିସ୍ଥିତି 

କେନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ ଟାଙ୍କିରେ ହାତାହାତି । କମେଣ୍ଟ ମରାକୁ କେନ୍ଦ୍ର କରି ଟାଙ୍କି କର୍ମଚାରୀଙ୍କୁ ପିଟିଲେ ଦୁର୍ବୃତ୍ତ । ଭୁବନେଶ୍ୱର କଳ୍ପନା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ଗତକାଲି ଏହି ଘଟଣା ଦେଖିବାକୁ ମିଳିଥିଲା । କର୍ମଚାରୀଙ୍କ ଅଭିଯୋଗ ଅନୁସାରେ, ଦୁଇ ଜଣ ଯୁବତୀ ତେଲ ପକାଇବାପାଇଁ ଆସିଥିଲେ । ଗୋଟେ ବାଇକରେ ତିନି ଜଣ ଯୁବକ ଯୁବତୀଙ୍କୁ କମେଣ୍ଟ ମାରିଥିଲେ । ତେଲ ଟାଙ୍କିର କର୍ମଚାରୀ ବାଧା ଦେବାରୁ ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରରେ ତନାଘନା କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.