ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା: କ୍ଲିନଚିଟ୍‌ ପରେ ବି ମନୀଷ ଅଗ୍ରୱାଲ ଓ ତିନି ସହଯୋଗୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ପତ୍ନୀ ବନଜା ପଣ୍ଡା ନ୍ୟାୟ ପାଇବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି । ଏହି ମାମଲାରେ ଏସଡିଜେଏମ କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଙ୍କର ତିନି ସହଯୋଗୀଙ୍କୁ ଆସନ୍ତା ୨୪ ଜାନୁୟାରୀରେ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି।

ଗତ ଡିସେମ୍ବର ୧୯ ତାରିଖରେ କଗନିଜେନସ ହେବା ପରେ ପୂର୍ବତନ ଜିଲ୍ଲାପାଳ ଏବଂ ଅନ୍ୟ ତିନି ଜଣଙ୍କ ନାମରେ ଏସଡିଜେଏମ କୋର୍ଟ ତରଫରୁ ପୁଣି କେଶ ରୁଜୁ କରାଯାଇ ସେମାନଙ୍କ ବିରୋଧରେ ମାମଲା ଆରମ୍ଭ ହେଲା। ଏସଡିଜେଏମ କୋର୍ଟ ମୃତ ଦେବ ନାରାୟଣଙ୍କ ପତ୍ନୀ ବନଜାଙ୍କୁ ଜାନୁୟାରୀ ୩ରେ କୋର୍ଟରେ ସାକ୍ଷୀମାନଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଥିଲେ।

ତେବେ ଗତ ୧୧ ତାରିଖ ସୁଦ୍ଧା ସମସ୍ତ ସାକ୍ଷୀ ବନଜା ପଣ୍ଡା କୋର୍ଟଙ୍କ ନିକଟରେ ରଖିଥିଲେ। ଏହା ପରେ ଏସଡିଜେଏମ କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଵାଲ ଏବଂ ଅନ୍ୟ ତିନି ଜଣଙ୍କୁ କୋର୍ଟରେ ଆସନ୍ତା ୨୪ ତାରିଖରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ପତ୍ନୀ ବନଜା ମଧ୍ୟ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ କରିବେ ବୋଲି ଜିଦରେ ଅଟଳ ରହିଥିବା ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.