ଟ୍ରାଫିକ୍‌ ନିୟମରେ ବଡ ପରିବର୍ତ୍ତନ ! ଏବେ ହେଲମେଟ ଲଗାଇଥିଲେ ବି କଟିବ ଚାଲାଣ, ଜଲଦି ଜାଣନ୍ତୁ ନୂଆ ନିୟମ

ଯଦି ଆପଣ ମଧ୍ୟ ବାଇକ ଚଲାଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ। ଦେଶରେ ଏବେ ଟ୍ରାଫିକ ନିୟମକୁ ବହୁତ କଡାକଡି କରିଦିଆଯାଇଛି। ଯଦି ଆପଣ ବାଇକ ଚଲାଉଛନ୍ତି ଏବଂ ହେଲମେଟ ବି ଲଗାଇଛନ୍ତି ତାହେଲେ ମଧ୍ୟ ଆପଣଙ୍କ ଉପରେ ୨ ହଜାର ଟଙ୍କା ଜରିମାନା ଲାଗିପାରେ। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଟ୍ରାଫିକ ପୋଲିସ ହେଲମେଟ ଲଗାଇବା ପରେ ମଧ୍ୟ ଚାଲାଣ କାଟୁଛନ୍ତି। ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଯଦି ଆପଣ ହେଲମେଟ ଲଗାଇବିଛନ୍ତି ନା ତାହେଲେ ମଧ୍ୟ ଆପଣଙ୍କ ଚାଲାଣ କଟିପାରେ।

ନୂଆ ଟ୍ରାଫିକ ନିୟମ ମୁତାବକ ଯଦି ଆପଣ ମୋଟରସାଇକେଲ କିମ୍ବା ସ୍କୁଟର ଚଲାଇବା ସମୟରେ ହେଲମେଟର ପଟି ବାନ୍ଧି ନାହାଁନ୍ତି ତାହେଲେ ଆପଣଙ୍କ ଉପରେ ନିୟମ ୧୯୪ଡି ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ୧ହଜାର ଟଙ୍କା ଚାଲାଣ ଲାଗିବ। ଏହାସହିତ ଯଦି ଆପଣଙ୍କର ହେଲମେଟ ଖରାପ ହୋଇଯାଇଛି କିମ୍ବା ବିନା ବିଆଇଏସ ବିନା ହେଲମେଟ ପିନ୍ଧିଛନ୍ତି ତାହେଲେ ଆପଣଙ୍କୁ ଉପରେ ୧ହଜାର ଟଙ୍କା ଚାଲାଣ ରୂପେ ଦେବାକୁ ପଡିବ। ଏହି ନିୟମ ମଧ୍ୟ ୧୯୪ଡି ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଲାଗୁ ହୋଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହେଲମେଟ ପିନ୍ଧିବା ପରେ ମଧ୍ୟ ଯଦି ଆପଣ ନୂଆ ନିୟର ପାଳନ କରୁନାହାଁନ୍ତି ତାହେଲେ ଆପଣଙ୍କୁ ୨ହଜାର ଟଙ୍କାର ଚାଲାଣ ଦେବାକୁ ପଡିପାରେ। ଦେଶରେ ଘଟୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଟ୍ରାଫିକ ନିୟମ ଉପରେ କଠୋର କରାଯାଉଛି। କିନ୍ତୁ ଲୋକମାନେ ସଚେତନ ହେବା ବଦଳରେ ନିୟମର ଉଲଙ୍ଘନ କରିବାକୁ ପଛାଉନାହାଁନ୍ତି।

ଯଦି ଆପଣଙ୍କୁ ଆପଣଙ୍କ ଚାଲାଣ ବିଷୟରେ ସୂଚନା ହାସଲ କରିବାର ଅଛି ଯେ ଆପଣଙ୍କ ଚାଲାଣ କଟିଛି କି ନାହିଁ ତାହେଲେ ଆପଣ ଅଫିସିଆଲ େଓ୍ଵବସାଇଟ https://echallan.parivahan.gov.in କୁ ଭିଜିଟ୍‌ କରି ଏଠାରୁ ସମସ୍ତ ସୂଚନା ହାସଲ କରିପାରିବେ। ଏଠାରେ ଆପଣ ଚାଲାଣ ଷ୍ଟାଟସ ଚେକ କରିପାରିାବ। ଆପଣଙ୍କୁ ଚାଲାଣ ନମ୍ବର, ବାହନ ନମ୍ବର ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବରର ଅପ୍ସନ ଦେଖାଦେବ। ଯେମିତି ହିଁ ଆପଣ ନିଜ ବାହନ ନମ୍ବରକୁ ସିଲେକ୍ଟ କରିବେ ଆପଣଙ୍କୁ ଗାଡି ସମ୍ବନ୍ଧୀୟ ଅନେକ ବିବରଣୀ ମିଳିଯିବ। ଏହାପରେ ଆପଣଙ୍କୁ ଚାଲାଣର ଷ୍ଟାଟସ୍‌ ଦେଖାଯିବ।

ଏହାବ୍ୟତୀତ ଯଦି ଆପଣ ନୂଆ ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଗାଡିକୁ ଓଭରଲୋଡିଙ୍ଗ କରୁଛନ୍ତି ତାହେଲେ ଆପଣଙ୍କ ଉପରେ ୨୦ ହଜାର ଟଙ୍କା ଜରିାମାନା ଲାଗିପାରେ। ଏହାବ୍ୟତୀତ ଏମିତି କରିବା ଦ୍ୱାରା ଆପଣଙ୍କୁ ପ୍ରତି ଟନ୍‌ ହିସାବରେ ୨ହଜାର ଟଙ୍କା ଜରିମାନା ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.