ମନୀଷ ମୃତ୍ୟୁ ମାମଲା : ତିନି ସାଙ୍ଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୋଲିସ

ଭୁବନେଶ୍ୱର (କେନ୍ୟୁଜ ): ଖୋଲିବ ରହସ୍ୟମୟ ରାତିର ଗୁମର । ମନୀଷ ଅନୁରାଗ ହତ୍ୟା ମାମଲାରେ ସତ ଉଗାରିବେ ୩ ସାଙ୍ଗ । ଆଜିଠୁ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ । ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜେଏମଏଫସି କୋର୍ଟ । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମୃତ୍ୟୁ ପୂର୍ବ ଘଟଣାର ସିନ୍‌ ରିକ୍ରିଏସନ୍‌ ସହ ଅଧିକ ତଥ୍ୟ ଉଗାରିବ ପୋଲିସ ।

ସେପଟେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନେକ ପ୍ରଶ୍ନ ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି । ପୋଖରୀ ପାଖକୁ କିପରି ଗଲେ ମନିଷ? ଲକ୍ଷ୍ମୀସାଗରର କେଉଁଠିକୁ ପ୍ରଥମେ ଯାଇଥିଲେ ? କେଉଁଥିରେ ମନିଷଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ ? ହୋଟେଲ୍‌ ବାହାରେ ମନିଷଙ୍କର ମୃତ୍ୟୁ ହୋଇଥିଲା ନା ଆଉ କେଉଁଠି ? କୁଆଡ଼େ ଗଲା ମନିଷଙ୍କ ମୋବାଇଲ୍‌ ଫୋନ୍‌ ? ସେହିଭଳି ପୋଖରୀରେ ପଡ଼ିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ଜଣାପଡ଼ିଥିବାରୁ ତାଙ୍କ ବନ୍ଧୁମାନେ ତାଙ୍କ ଶବକୁ କେମିତି ନେଇ ପୋଖରୀରେ ଫୋପାଡ଼ିଲେ।

ଆଉ ଶବ ଫୋପାଡ଼ିବା ପରେ ଅଭିଯୁକ୍ତ ସ୍ବାଗତ ଇନ୍ ପର୍ଯ୍ୟନ୍ତ କେମିତି ଗଲେ । ସେଠାରୁ କନ୍ଧମାଳ ପର୍ଯ୍ୟନ୍ତ କେମିତି ଗଲେ ? ମୃତ୍ୟୁର ଶେଷ ଘଣ୍ଟାଏରେ କଣ ସବୁ ଘଟିଥିଲା ଜାଣିବା ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ । ରିମାଣ୍ଡରେ ନେଇ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ । ଏହାଛଡ଼ା ମନୀଷଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ କାହିଁକି ଡାକ୍ତରଖାନା ନିଆଗଲାନି ଏବଂ ଘରଲୋକ ବା ପୁଲିସକୁ ସୂଚନା ଦିଆଗଲାନି, ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରିବ ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.