ଏହି ବ୍ଲଡ ଗ୍ରୁପର ଲୋକଙ୍କୁ ଶୀଘ୍ର ହୋଇଥାଏ ହୃଦ ସମ୍ବନ୍ଧୀୟ ରୋଗ, ଜାଣନ୍ତୁ କାରଣ

ମଣିଷ ବଞ୍ଚିବା ପାଇଁ ସୁସ୍ଥ ଜୀବନଶୈଳୀ ଆପଣାଇବା ନିହାତି ଜରୁରୀ। ଆଉ ସୁସ୍ଥ ଜୀବନଶେଳୀ ଯୋଗୁଁ ହିଁ ଶରୀର ସୁସ୍ଥ ରହେ। ତେବେ ଶରୀରରେ ରକ୍ତର ଅଭାବ ଦେଖାଦେଲେ ଅନେକ ପ୍ରକାର ସମସ୍ୟା ଦେଇ ଗତିକରିବାକୁ ହୁଏ। ମଣିଷର ରକ୍ତ ଶରୀର ବିଷୟରେ ଅନେକ ସଂକେତ ଦେଇଥାଏ। ନ୍ୟୁଟ୍ରିନାଲ ବିଶେଷଜ୍ଞ ଡ. ସେଲଡନ ଜେବଲୋ କହିବାନୁଯାୟୀ, ଏ, ବି, ଏବି ଏବଂ ଓ ବ୍ଲଡ ଗ୍ରୁପର ରକ୍ତ କୋଷିକାର ସରଫେସରୁ ଖାସ୍‌ ଆଣ୍ଟିବଡି ସହିତ ଜଡିତ ଥାଏ। ଏ ଓ ବି ’ର ରକ୍ତ କୋଷିକାର ସରଫେସରେ ଅଲଗା ଅଲଗା ପ୍ରକାର ଆଣ୍ଟିବଡି ରହିଥାଏ। ଏବି ବ୍ଲଡ ଗ୍ରୁପରେ ଦୁଇ ପ୍ରକାର ଆଣ୍ଟିବଡି ଦେଖିବାକୁ ମିଳିଥାଏ। ଓ ବ୍ଲଡ ଗ୍ରୁପର ସରଫେସରେ କୌଣସି ପ୍ରକାର ଆଣ୍ଟିବଡି ନଥାଏ।

ଏକ୍ସପର୍ଟଙ୍କ ମୁତାବକ, ଆଣ୍ଟିବଡି ରକ୍ତ ଏବଂ କୋଷିକାର ତଳ ସ୍ତରରେ ଏକ ତରଳିଆ ପଦାର୍ଥ ରହିଥାଏ, ଯାହା ବାହାରୁ ଆସୁଥିବା ଭାଇରସ, ବ୍ୟାକ୍ଟେରିଆ ଏବଂ ପେରାଇଟସ୍‌ରୁ ଶରୀରକୁ ରକ୍ଷା କରିଥାଏ। ଜେନିଟିସିଷ୍ଟ ଆଣ୍ଡ ଲିଡ ପ୍ରଡକ୍ଟ ଡେଭଲପମେଣ୍ଟ ବୈଜ୍ଞାନିକ ଜେମ ଲିମ୍‌ଙ୍କ କହିବାନୁଯାୟୀ, ଏ, ବି ଏବଂ ଏବି ବ୍ଲଡ ଗ୍ରୁପ ରହିଥିବା ଲୋକଙ୍କ ହୃଦ ସମ୍ବନ୍ଧୀୟ ରୋଗର ବିପଦ ଅଧିକ ରହିଥାଏ। ଏହା ପଛରେ ବାସ୍ତବିକ କାରଣ ଏପଯ୍ୟର୍ନ୍ତ ଜଣାପଡିନାହିଁ। କିନ୍ତୁ କିଛି ଲୋକଙ୍କ ବ୍ଲଡ କ୍ଲଟିଂ ହେବା କିମ୍ବା ଥ୍ରୋମ୍ବୋସିସି କାରଣରୁ ହୋଇଥାଏ ବୋଲି କୁହାଯାଏ।

ଏ, ବି କିମ୍ବା ଏବି ବ୍ଲଡ ଗ୍ରୁପର ନାଲି ରକ୍ତ କୋଷିକା ଏବଂ ଯେଉଁ ବାହିକାରୁ ଏହା ଆସିଥାଏ, ସେଗୁଡିକ ଚିପଚିପା ହେବା କାରଣରୁ ଏଥିରେ ବ୍ଲଡ ଫ୍ଲୋ ସହଜରେ ହୋଇପାରେ ନାହିଁ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଏବି ବ୍ଲଡ ଗ୍ରୁପ ଲୋକଙ୍କ ମଧ୍ୟରେ କାର୍ଡିଓବସକ୍ୟୁଲର ରୋଗର ବିପଦ ଅଧିକ ରହିଥାଏ। ଏ କିମ୍ବା ବି ବ୍ଲଡ ଗ୍ରୁପ ଏହା ତୁଳନାରେ କମ୍‌ ଆଣ୍ଟିବଡିଜ ରହିଥାଏ।

ରକ୍ତକୁ ଗାଢ କରୁଥିବାର କାରଣ ରହିଥାଏ, ଯେମିତିକି ଡିହାଇଡ୍ରେସନ, ଔଷଧ କିମ୍ବା ଅଟୋ ଇମ୍‌୍ୟୁନ ଇଲନେସ ମଧ୍ୟ ହୃଦ ସମ୍ବନ୍ଧୀୟ ରୋଗକୁ ବଢାଇଥାଏ। ତେଣୁ ବ୍ଲଡ ଟାଇପ କେବଳ ମୋଟାପଣ, ଜେନେଟିକ୍ସ, ଡାଇଟ,ଭିଟାମିନର କମ୍‌ କିମ୍ବା ବ୍ୟାୟାମ ହିଁ କାର୍ଡିଓସ୍କୁଲର ରୋଗକୁ ଆମନ୍ତ୍ରିତ କରିବାର କାରଣ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.