ପୁଣି କଳାହାଣ୍ଡିରେ ମାଓ ପୋଷ୍ଟର, ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଜନ ଅଦାଲତରେ ଠିଆ କରିବା ପାଇଁ ଆହ୍ବାନ

କଳାହାଣ୍ଡି (କେନ୍ୟୁଜ୍) : ପୁଣି କଳାହାଣ୍ଡିରେ ମାଓ ପୋଷ୍ଟର। ଆଜି ବେଲଗାଁ, ବିମଲାପଦର, ଡୁଡୁକାରଞ୍ଜା, ବାରବନ୍ଧାଠାରେ ରାସ୍ତା କଡ଼ରେ ଥିବା ଗଛରେ ସିପିଆଇ କେକେବିଏନ୍ ପକ୍ଷରୁ ପୋଷ୍ଟର ଲାଗିଛି। ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଜନ ଅଦାଲତରେ ଠିଆ କରନ୍ତୁ। ପ୍ରକୃତ ଗଣତନ୍ତ୍ର, ଜନ ବିକାଶ ପାଇଁ ବିପ୍ଲବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ପୂର୍ବରୁ କିଛି ଦିନ ତଳେ ଏମ୍.ରାମପୁର ବ୍ଲକର ବେଲଗାଁଠାରେ ସିପିଆଇ ମାଓବାଦୀ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଥିଲା।