ମାଲକାନଗିରି: ଭିରାଭରମ ଜଙ୍ଗଲରେ ପୁଣି ମାତିଲେ ଲାଲ୍‌ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ବର୍ବର ହତ୍ୟା

ମାଲକାନଗିରି(କେନ୍ୟୁଜ୍): ପୁଣି ମାତିଲେ ଲାଲ୍‌ବାହିନୀ। ୨ଜଣଙ୍କୁ ବର୍ବର ହତ୍ୟା। ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ସୀମାନ୍ତ ଭିରାଭରମ ଜଙ୍ଗଲରେ ଘଟିଛି ଘଟଣା। ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ନିର୍ରମ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ଶାନ୍ତି ବାବୁ ଓ ଭାସ୍କର ରାଓ। ଘଟଣା ପାଇଁ କୋରକୋଣ୍ଡା ଏରିଆ କମିଟି ମାଓ ସଙ୍ଗଠନ ନିଜକୁ ଦାୟୀ କରିଛି। ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗାଯାଇ ଧମକ ଦିାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଘଟଣା ପରେ ଆନ୍ଧ୍ର ଓଡ଼ିଶାର ଜଏଣ୍ଟ ଅପରେସନ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.