ଚୋରଙ୍କ ସାହସ ତ ଦେଖନ୍ତୁ, ଲୁଟରେ ବିଫଳ ହେବାରୁ ରିକ୍ସାରେ ଟେକି ନେଉଥିଲେ ଏଟିଏମ୍

ଭାରତ ଯେତେ ସ୍ମାର୍ଟ ହେଉଛି, ତା’ ଠାରୁ ଅଧିକ ସ୍ମାର୍ଟ ହେଉଛନ୍ତି ଚୋର। ଚୋର ଏଟିଏମ୍ରୁ ଟଙ୍କା ଲୁଟିବାକୁ ଆସି ବିଫଳ ହେବାରୁ ଯେଉଁ ଉପାୟ ଆପଣେଇଛନ୍ତି ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଏପରି ଏକ ମାମଲା ପୋଲିସ କୁ ମଧ୍ୟ ହତଚକିତ କରିଦେଇଛି । ଘଟଣା ମୁତାବକ, ଫୁସଗଡ ସ୍ଥିତ ଟାଟା ଇଣ୍ଡିକେଶ କମ୍ପାନୀର ଏକ ଏଟିଏମରୁ ୩ ଜଣ ଚୋର ଚୋରି ଉଦ୍ୟମ ବିଫଳ ହେବାରୁ ଏଟିଏମକୁ ଓପାଡି ନେଇଯାଇଥିଲେ। ଉକ୍ତ ମେସିନରେ ୨.୯୩ ଲକ୍ଷ ଟଙ୍କା ରହିଥିଲା। ଏଟିଏମ୍କୁ ଓପାଡି ନେବା ସମୟରେ ସେଠିକାର ସିକ୍ୟୁରିଟ୍ ରୋକିବା ପାଇଁ ଚେଷ୍ଟା କରିବାରୁ ଚୋରମାନେ ତାକୁ ମଧ୍ୟ ମାଡ ମାରିଥିଲେ। ଏହି ମାରପିଟ ସମୟରେ ପାଟିତୁଣ୍ଡ ଶୁଣାଯିବାରୁ ଉକ୍ତ କଲୋନୀର ଲୋକମାନେ ଉଠିଯିବାରୁ ଚୋର ଏଟିଏମ୍ ଛାଡି ଫେରାର ହୋଇଯାଇଥିଲେ। ଏହାପରେ ସଦର ଥାନା ପୋଲିସ କୁ ଲୋକେ ସୂଚନା ଦେବାରୁ ଉକ୍ତ ଘଟଣାର ଯାଞ୍ଚ ପୋଲିସ କରୁଛି।

ଖବର ମୁତାବକ, ତିନି ଚୋର ମିଶି ଭୋର ୩ଟା ସମୟରେ ଉକ୍ତ କାର୍ଯ୍ୟ କରିଥିଲେ। ପ୍ରଥମେ ସେମାନେ ଏଟିଏମ୍କୁ ଲୁହା ରଡରେ ଓପାଡିବା ପରେ ଏକ ଗାଡିରେ ଲଦି ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ପରେ କଲୋନୀ ଲୋକ ଉଠିଯିବା ପରେ ଉକ୍ତ ଗାଡିକୁ ଛାଡି ଚାଲିଯାଇଥିଲେ । କଲୋନୀବାସୀଙ୍କ କହିବାନୁଯାୟୀ, ଚୋର ଏଟିଏମ୍ ଓପାଡି ଏହିସବୁ କାର୍ଯ୍ୟ କରିନେଉଛନ୍ତି । ରାତିରେ ପୋଲିସ ର ପାଟ୍ରୋଲିଂ କରୁନାହିଁ ବୋଲି କଲୋନୀବାସୀ ଅଭିଯୋଗ କରିଛନ୍ତି ।

ଉକ୍ତ ଘଟଣା ଘଟିବା ପରେ ପୋଲିସ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁରାଗ ମିଳିନାହିଁ। ଟାଟା ଇଣ୍ଡିକେଶ କମ୍ପାନୀର ସୁପରଭାଇଜର କୁଲଦୀପଙ୍କ ଅଭିଯୋଗ ପରେ ପୋଲିସ ମାମଲା ଦାଏର କରିଛି। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ସଦର ଥାନା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.