ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା: ମାଲକାନଗିରି ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍

ମାଲକାନଗିରି: ଫେଲ୍‌ ମାରିଲା ମାଓବାଦୀଙ୍କ ଯୋଜନା। ମାଲକାନଗିରି ଜିଲ୍ଲା ପିପୋଲପଦରରେ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ୍‌ । ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି BSF ଜବାନ୍‌ । ପିପୋଲପଦର ନିକଟରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍‌ ଉଦ୍ଧାର କଲେ ୧୪୪ ବାଟାଲିୟନ୍‌ର BSF ଜବାନ୍‌ ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଏହା ଖଞ୍ଜା ଯାଇଥିଲା । ମାଓବିରୋଧୀ ଅପରେସନ୍‌ରେ ସାମିଲ୍‌ ଥିବା ଯବାନ୍‌ଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏମିତି ଯୋଜନା କରିଥିଲେ ମାଓବାଦୀ । ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନ୍‌ ଅତି ଭୟଙ୍କର ଥିଲା । ଅତି ସହଜରେ ଯବାନ୍‌ଙ୍କ ଗାଡିକୁ ୨୦ରୁ ୨୫ ଫୁଟ୍‌ ଉଡାଇବାରେ କ୍ଷମତା ରହିଥିଲା ।

Leave A Reply

Your email address will not be published.