ଆଜିଠାରୁ ୭ଦିନ ବ୍ୟାପି ମାଓବାଦୀମାନେ ପାଳନ କରିବେ ପିଏଲଜିଏ ସପ୍ତାହ, ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଯୁଜ୍: ଆଜିଠାରୁ ୭ଦିନ ବ୍ୟାପି ମାଓବାଦୀମାନେ ପାଳନ କରିବେ ପିଏଲଜିଏ ସପ୍ତାହ । ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡାର ଦୁର୍ଗମ ଡଙ୍ଗରିଆ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । ଚାଲିଛି ସର୍ଚ୍ଚ ଅପରେସନ୍‌ ।

ରାୟଗଡା ଜିଲ୍ଲାର ପ୍ରବେଶ ପଥରେ ଗାଡ଼ିମୋଟର ଚେକିଂ କରାଯାଉଛି । ରାୟଗଡା-କଳାହାଣ୍ତି ଓ ରାୟଗଡା-କନ୍ଧମାଳ ସୀମାନ୍ତରେ ସିଆରପିଏଫ୍‌,ଡିବିଏଫ୍‌ ଓ ଏସ୍‌ଓଜି ଯବାନ ଚଳାଇଛନ୍ତି କମ୍ବିଂ ଅପରେସନ୍‌ । ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ବସ ଚଳଚଳ ବନ୍ଦ ରହିଛି । କିଛି ଅଞ୍ଚଳରେ ବେସରକାରୀ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.