ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ ଘଟଣାରେ ଲାଲାର ଆଉ ଦୁଇ ସହଯୋଗୀ ଗିରଫ

କଟକ : କଟକ ଆଇଆଇଏଫଏଲ ସୁନା ଲୁଟ ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏମାନେ ହେଉଛନ୍ତି ଦେବାଶିଷ ହାଜ଼ରା ଓ ନୀଳମଣି ସାହା। ଏହି ଦୁଇ ଜଣ ଯାକ ମୁଖ୍ୟ ଅଭିଯୁକ୍ତ ଲାଲାର ସହଯୋଗୀ। ଫଳରେ ସୁନା ଲୁଟ୍‌ ଘଟଣାରେ ମୋଟ ଗିରଫଦାରୀ ୧୩ରେ ପହଞ୍ଚିଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ୍‌ ଜୋରସୋରରେ ଖୋଳତାଡ଼ ଚଳାଇଛି । କିଭଳି ଭାବେ ଯୋଜନା କରି ସୁନା ଲୁଟ୍‌ କରାଯାଇଥିଲା? ଏଥିରେ ଆଉ ସବୁ କିଏ ସଂପୃକ୍ତ ଅଛନ୍ତି ? ସେ ନେଇ ତଦନ୍ତ ଜାରି ରହିଛି । ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ପୋଲିସ୍‌ ଠୋସ୍‌ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.