ପୁରୁଷ ବନ୍ଧୁଙ୍କ ସହ ବିଷ ପିଇ ଗୁରୁତର ଅବସ୍ଥାରେ ନଦୀ ପଠାରୁ ଉଦ୍ଧାର ହେଲେ ବିବାହିତା ମହିଳା

ଆନନ୍ଦପୁର(କେନ୍ୟୁଜ): ଘରେ ଅଫିସ୍‌ ଯାଉଛି କହି ସକାଳୁ ବାହାରି ଯାଇଥିବା ଜଣେ ବିବାହିତା ମହିଳା। ହେଲେ ପୁରୁଷ ବନ୍ଧୁଙ୍କ ସହ ତାଙ୍କୁ ଗୁରୁତର ଅବସ୍ଥାରେ ନଦୀ ପଠାରୁ ଉଦ୍ଧାର କରିଛି ପୋଲିସ୍‌ । ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବିରଗୋବିନ୍ଦପୁର ଗାଁର ବୈତରଣୀ ନଦୀ ପଠାରେ ଜଣେ ମହିଳା ଓ ଜଣେ ଯୁବକ ବିଷ ପିଇ ପଡିଥିବା ଖବର ପୋଲିସ୍‌ କୁ ମିଳିଥିଲା । ପୋଲିସ୍‌ ପହଁଞ୍ଚି ସେଠାରୁ ଉଭୟଙ୍କୁ ଉଦ୍ଧାର କରିବା ସହ ସେଠାରୁ ଏକ ବାଇକ୍‌ ମଧ୍ୟ ଜବତ କରିଛି । ସଂପୃକ୍ତା ମହିଳା ଜଣକ ହାଟଡିହି ବ୍ଲକ୍‌ ପନ୍ଦାଡୋ ଗାଁର ହୋଇଥିବାବେଳେ ପ୍ରାୟ ୧ବର୍ଷ ତଳେ ବିବାହ କରିଥିଲେ।

ମହିଳା ଜଣକ ନିଜ ପଞ୍ଚାୟତରେ ଏକ ଏନ.ଜି.ଓ ସଂସ୍ଥା ଅଧିନରେ ଚାକିରି କରୁଥିବାରୁ ବାପଘରେ ରହୁଥିଲେ । ପୁରୁଷ ବନ୍ଧୁଙ୍କ ଘର ନିକଟସ୍ଥ ନାହାଳିଆ ଗାଁରେ। ତେବେ ଉଭୟ କେଉଁ କାରଣକୁ ନେଇ ଘର ଠାରୁ ୩୦ କିମି ଦୂର ବିରଗୋବିନ୍ଦପୁର ନଦୀ ପଠାକୁ ଯାଇଥିଲେ ଓ ସେଠାରେ କାହିଁକି ବିଷ ପିଇଲେ ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ପୋଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.