ଖେଳାଳିଙ୍କ ପାଇଁ ଆସିଲା ମେନ୍ୟୁ ଚାଟ୍, ଜାଣନ୍ତୁ ନିରାମିଷ ଓ ଆମିଷ ଥାଳିରେ କ’ଣ ପରଷାଯିବ
ଭୁବନେଶ୍ୱର(କେନ୍ୟୁଜ): ଖେଳାଳିଙ୍କ ପାଇଁ ଆସିଲା ମେନ୍ୟୁ ଚାଟ୍ । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜିଠୁ ୧୩ ତାରିଖ ଯାଏଁ ରହିବେ ୨ ଦେଶର ଖେଳାଳି । ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି । ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ ଖାଦ୍ୟ । ସମସ୍ତ ଖାଦ୍ୟ କମ୍ ମସଲା ଓ କମ ତେଲରେ ତିଆରି ହେବ । ହୋଟେଲ୍ ସେଫଙ୍କ ଅନୁସାରେ ଉଭୟ ଦେଶର ଖେଳାଳିଙ୍କ ମେନ୍ୟୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିବ ।
ସେହପିରି ନିରାମିଷରେ ଡାଲମା, ବଟର ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ । ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି । ବ୍ରେକଫାଷ୍ଟରେ ଟୋଷ୍ଟେଡ୍ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, , କ୍ଷୀର, ଦହି, ଜୁସ୍, ପଇଡ଼ ପାଣି, ସୁଗାର ଫ୍ରି ଜାମ୍, ଇଡ୍ଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମ୍ଲେଟ । ସେହିଭଳି ଲଞ୍ଚରେ ବାସୁମତୀ ସହ ୩ ପ୍ରକାର ଚାଉଳର ଭାତ, କାନିକା ରାଇସ ରହିଛି ।
ରୁଟି, ଗ୍ରୀନ୍ ସାଲାଡ, ଓଡ଼ିଆ ଡାଲମା, ହନୀ ଚିକେନ୍, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍ କି ହାଣ୍ଡି, ଅମେରିକାନ ଚପସି, ପ୍ରନ noodles ସହ ଖେଳାଳିଙ୍କ ପସନ୍ଦ ଅନୁସାରେ କହିବା ପ୍ରସ୍ତୁତ ହୋଇଛି । ଡିନର୍ରେ ୩ ପ୍ରକାରର ଚାଉଳର ଭାତ, ରୁଟି, ଗ୍ରୀନ୍ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍ଡ ଚିକେନ, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍ କି ହାଣ୍ଡି, ସମ୍ବର, ପାମ୍ପଡ଼, ଆମ୍ବ ଆଚାର, ଦହି, ରାଇତା ଖାଇବା ପାଇଁ ତାଲିକା ଆସିଛି ।