ସ୍ୱାମୀଙ୍କ ମଙ୍ଗଳ ସହ ଦୀର୍ଘାୟୁ କାମନା: ବିବାହିତ ମହିଳାମାନେ ରଖିଛନ୍ତି ସାବିତ୍ରୀ ବ୍ରତ

କେନ୍ୟୁଜ୍(ବ୍ୟୁରୋ):  ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ସହ ଦୀର୍ଘାୟୁ କାମନା କରି ବିବାହିତ ମହିଳାମାନେ ଏହି ବ୍ରତ ରଖିଥାନ୍ତି। ସକାଳୁ ସକାଳୁ ସଧବା ମହିଳାମାନେ ନୂଆ ଲୁଗା ପିନ୍ଧି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଗତ ଦୁଇ ବର୍ଷ ହେବ କୋଭିଡ୍‌ କଟକଣା ଯୋଗୁଁ ମନ୍ଦିରରେ ଏକାଠି ହୋଇ ପୂଜା କରିବା ବାରଣ କରାଯାଇଥିଲା। ତେବେ ଚଳିତ ବର୍ଷ କଟକଣା ହଟିଥିବାରୁ ମନ୍ଦିର ପରିସରରେ ଏହି ପୂଜା ପାଳନ ପାଇଁ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.