ସୋର: ସରସ୍ୱତୀ ପୂଜା ଭସାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷର ୫ ଆହତ

ସୋର(କେନ୍ୟୁଜ୍): ସରସ୍ୱତୀ ପୂଜା ଭସାଣକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲା ସୋର ଥାନା ମାଟିଆପଲା ଛକରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ମାଟିଆପହ୍ଲା, ଇଶ୍ୱରପୁର ଓ ହନୁମାନ ଛକ ଗାଁ ପୁରୁଷ ଶୂନ୍ୟ । ଗାଁରେ ପୋଲିସ ଛାଉଣୀ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କପ ଅଟକ ରଖିଛି । ଗତକାଲି ସରସ୍ୱତୀ ମୂର୍ତ୍ତି ଭସାଣ ବେଳେ ମାଟିଆପଲା ନିକଟରେ ଗଣ୍ଡଗୋଳ ହୋଇଥିଲା । ଆଜି ପୁଣି ଥରେ ଗଣ୍ଡଗୋଳ ନେଇଥିଲା ଉଗ୍ର ରୂପ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । କିଛି ଦୁର୍ବୃତ୍ତ ବାଇକ୍‌ ଓ ଆସବାବପତ୍ର ଭଙ୍ଗାରୁଜା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.